ମାଲକାନଗିରି,୦୪/୧୦(ପିପିଟି): ଥାନାରେ ମୋ ସରକାର ଆଉ କାମ କରୁନି । ପୋଲିସ କରୁଛି ମନମୁଖୀ ଶାସନ । ସତେ ଯେପରି ଖାକି ପୋଷାକ ପରିଧାନ କଲା ପରେ ନିଜକୁ ଜଣେ ଜଣେ ସ୍ବର୍ଗର ଇନ୍ଦ୍ର ବୋଲି ବିବେଚନା କରନ୍ତି । ମାନବିକ ଅଧିକାର ବୋଲି କିଛଛି ନାହିଁ । ଗଣତନ୍ତ୍ର ଶାସନରେ ପୋଲ୍ସର ବ୍ରିଟିଶ ରାଜ ଆଜି ମୋଟୁଥାନାରେ ଦେଖିବାକୁ ମିଳିଛ । ଚୋରୀ ଅଭିଯୋଗରେ ଦୁଇ ଜଣ ଯୁବକଙ୍କୁ ମୋଚୁ ଥାନା ପୋଲିସ ଉଠାଇ ଆଣି ଥାନା ଭିତରେ ଦେଇଛି ଥାର୍ଡ ଡିଗ୍ରୀ ଟର୍ଚର, ଯାହାକି ସମଗ୍ର ଅଞ୍ଚଳରେ ପୋଲିସର ଏ ପରି ଗୁଣ୍ଡା ରାଜକୁ ଭର୍ସନା କରାଯାଇଛି । ପ୍ରାପ୍ତ ସୂଚନା ଅନୁସାର ମାଲକାନଗିରି ଜିଲ୍ଲା ଅଧିନସ୍ଥ ମୋଟୁ ଥାନାରେ ଚୋରି ମାମଲାରେ ଅଟକ ଦୁଇ ଯୁବକଙ୍କୁ ନିର୍ଧୁମ ମାଡ଼ ମରାଯାଇଥିବାର ଅଭିଯୋଗ ହୋଇଛି। ତିନି ଦିନ ଧରି ଥାନାରେ ଅଟକ ରଖି ଥାନାରେ ଉଭୟଙ୍କୁ ମାଡ଼ ମରାଯାଇଥିବାରୁ ଏବେ ଦୁଇ ଯୁବକ ଗୁରୁତର ହୋଇ ଏମଭି-୭୯ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।କିଛି ଦିନ ତଳେ ଏମଭି-୮୧ ଗ୍ରମର ଅଭିଜିତ ବିଶ୍ୱାସଙ୍କ ଘରୁ ସୁନା ଗହଣା ଏବଂ ନଗଦ ଟଙ୍କା ଚୋରି ହୋଇଥିଲା । ଏ ନେଇ ଗ୍ରାମର ଲୋକମାନେବିନୋଦ ବିଶ୍ବାସ ଏବଂ ବିପ୍ଲବ ହାଲଦାର ଦୁଇ ଯୁବକଙ୍କୁ ସନ୍ଦେହ କରିଥିଲେ। ଏମଭି-୮୧ ଗାଁରେ ହୋଇଥିଲା ଖାପ ପଞ୍ଚାୟତ ବସିଥିଲା। ଗାଁ ଲୋକଙ୍କ ନିଷ୍ପତ୍ତି ଅନୁସାରେ ଏହି ଦୁଇ ଯୁବକ ବିନୋଦ ବିଶ୍ୱାସ ଏବଂ ବିପ୍ଳବ ହାଲଦାରଙ୍କ ନାମରେ ମୋଟୁ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ପରେ ପୁଲିସ ତାଙ୍କ ଘରୁ ଉଭୟଙ୍କୁ ଉଠାଇ ମୋଟୁ ଥାନାକୁ ନେଇ ଆସିଥିଲା। ତେବେ ଥାନା ହାଜତରେ ତିନି ଦିନ ପର୍ଯ୍ଯନ୍ତ ପୋଲିସ ଏହି ଦୁଇ ଯୁବକଙ୍କୁ ନିର୍ଧୁମ ମାଡ଼ ମରି ଗୁରୁତର ହେବାରୁ ତାଙ୍କ ଚିକିତ୍ସା ଲାଗି ଏମଭି-୭୯ ମେଡିକଲରେ ଭର୍ତ୍ତି କରିଛି । ପୋଲିସ ସନ୍ଦେହରେ ଦୁଇ ଦଣଙ୍କୁ ମରଣତ୍ମ ଆକ୍ରମଣ କରି ଲହୁ ଲୁହାଣ କରିଥିବାରୁ ଦୁହିଁଙ୍କ ପରିବାର ଲୋକ ନ୍ୟାୟ ପାଇଁ ଗୁହାରି କରିଥିବା ବେଳେ ଏହାର ଉଚ୍ଚସ୍ତରୀୟ ତଦନ୍ତ କରି ମୋଟୁ ପୋଲିସର ଅମାନବୀୟ କାର୍ଯ୍ଯ ପାଇଁ ରାଜ୍ଯ ସରକାର ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି। ଅପର ପକ୍ଷେ ଏହି ଘଟଣାକୁ ପୋଲିସ ସଫେଇ ଦେଇଛି ଯେ, ଗାଁ ଲୋକେ ଯୁବକଙ୍କୁ ମାଡ଼ ମାରିଛନ୍ତି। ପୁଲିସ ହାଜତରେ ଦୁଇ ଯୁବକଙ୍କୁ ମାଡ଼ ମରାଯାଇନାହିଁ। ଗାଁ ଲୋକେ ଉଭୟଙ୍କୁ ମାଡ଼ ମାରିବା ପରେ ପୁଲିସ ଜିମା ଦେଇଥିଲେ। ଏନେଇ ଘଟଣାର ତଦନ୍ତ କରାଯାଉଛି। ଯଦି ଗାଁ ଲୋକେ ମଡ ମାରିଛନ୍ତି,ତେବେ ପୋଲିସ ସେମାନଙ୍କ ବିରୁଦ୍ଧରେ ମାମଲା କାହିଁକି ରୁଜୁ କରୁ ନାହିଁ ବୋଲି ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇିଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)
Prev Post