ମେକା ପଞ୍ଚାୟତର ଦୁଃଖ କାଡିଆଗାଡ ନଦୀ ।

0 230

ମାଲକାନଗିରି,୦୮/୧୦(ପିପିଟି): ମାଥିଲି ବ୍ଲକ ଅନ୍ତର୍ଗତ ମେକା ପଞ୍ଚଚାୟତ ଅନ୍ତର୍ଗତ କାଡିଆଗାଡ ନଦୀ କେଉଁ ଅନାଦି କାଳରୁ ପ୍ରବାହିତ। ଏହି ନଦୀ ପାର ହୋଇ ଦୈନନ୍ଦିନ ଜୀବନକୁ ବାଜି ଲଗାଇ ଯାତାୟତ କରୁଥାନ୍ତି ୧୬ ଖଣ୍ଡ ଗ୍ରାମର ଲୋକମାନେ। କାମ ଧନ୍ଦା ଅନ୍ବେଷଣ ରୁ ହାଟ, ବଜାର, ସ୍କୁଲ , କଲେଜ, ଚିକିତ୍ସା ପାଇଁ ଯିବାକୁ ହେଲେ ଏହି ନଦୀ ହିଁ ଏକ ମାତ୍ର ଜାତାୟତର ମାଧ୍ଯମ। ଜୀବନକୁ ବାଜି ଲଗାଇ ପ୍ରାୟ ୧୬ ଖଣ୍ଡ ଗ୍ରାମବାସୀ ଏହି ନଦୀ ଅତିକ୍ରମ କରୁଥିଲେ ମଧ୍ଯ ପୋଲ ଟିଏ ନିର୍ମାଣ ହୋଇ ପାରି ନାହିଁ,ଯାହାକି ମେକା ପଞ୍ଚାୟତର ଚିର ଦୁଃଖ କାଡିଆଗାଡ ନଦୀ। ତେବେ ନଦୀ ଆରପଟେ ତହସିଲ,ସ୍କୁଲ,ପଞ୍ଚାୟତ ଥିବା ଯୋଗୁଁ ବର୍ଷ ବର୍ଷ ଧରି ଏହି ଭରା ନଈ ଉପରେ ଜୀବନକୁ ବାଜି ଲଗାଇ ଯାତାୟତ କରୁଛନ୍ତି ପଞ୍ଚାୟତବାସୀ । ଵେଳେ ଵେଳେ ଏହି ଭରା ନଈ ପାର ହେବା ସମୟରେ ଅନେକ ଦୁର୍ଘଟଣା ମଧ୍ୟ ଘଟି ଜୀବନ ଯାଇଛି। ଏମିତି ଦୁର୍ଦ୍ଦଶା ଏବଂ ଏମିତି ଦୁର୍ଘଟଣା ଘଟୁଥିଲେ ମଧ୍ୟ ଜିଲ୍ଲା ପ୍ରଶାସନର ଅନ୍ତରାଳରେ ଅଣଦେଖା ହୋଇ ଅବହେଳିତ ଅବସ୍ଥାରେ ଆଦିବାସୀ ଙ୍କ ଜୀବନ ଜୀବୀକା ବିପନ୍ନ। ଗ୍ରାମବାସୀଙ୍କ ସୁବିଧା ପାଇଁ ନା ଅଛି ପୋଲ ନା ରହିଛି ରାଜନେତାଙ୍କ ଆନ୍ତରିକତା । ତେବେ ପୋଲ ନିର୍ମାଣ କରିବା ତ ଦୂରର କଥା ସ୍ଥାନୀୟ ଲୋକଙ୍କ ଯାତାୟତ ପାଇଁ ଏକ ମୋଟର ବୋଟର ମଧ୍ଯ ବ୍ଯବସ୍ଥା କରିବାରେ ବିଫଳ ହୋଇଛି ଜିଲ୍ଲା ପ୍ରଶାସନ । ତେବେ ବାରମ୍ବାର ଅଭିଯୋଗ ସତ୍ୱେ ମଧ୍ୟ ଜିଲ୍ଲା ପ୍ରଶାସନ କୁମ୍ଭ କର୍ଣ୍ଣ ନିଦରେ। ନିରୁପାୟ ହୋଇ ଜୀବନକୁ ବାଜି ଲଗାଇ ଭରା ନଈରେ ଦୈନିକ ପାର ହେଉଛନ୍ତି ଗ୍ରାମବାସୀ ।ବର୍ଷା ଋତୁରେ ଏହି ନଦୀ ଭୟର ଏକ ଆସନ୍ନ ବିପଦ ବିଷାଦ। ନେତାଙ୍କ ଦ୍ବାରା ଶିଳାନ୍ୟାସ ହୋଇ ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ପୋଲ ନିର୍ମାଣ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବା ଅଭିେଯାଗ ହୋଇଛି। ତେବେ କେବେ ଜିଲ୍ଲା ପ୍ରଶାସନର କୁମ୍ଭକର୍ଣ୍ଣ ନିଦ ଭାଙ୍ଗିବ ଏବଂ ପୋଲ ଟିଏ ନିର୍ମାଣ ହୋଇ ଆଦିବାସୀଙ୍କ ଦୁଃଖ ଦୂରିତ ହେବ ଆଗାମୀ ଦିନରେ ଜଣା ପଡିବ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶଵ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.