ମୃତ ସଂଗୀତାଙ୍କ ଲୁଟ୍ ଗହଣା ପରିବାରକୁ ଫେରାଇଲା ପାଟପୁର ପୋଲିସ ।

0 225

ପାଟପୁର, ୧୨/୦୮(ପିପିଟି):ଗଞ୍ଜମ ଜିଲ୍ଲା ପାଟପୁର ଥାନା ଅଧୀନ ତପ୍ତପାଣିର ଏକ କେନାଲରୁ ଗତ ୮ ତାରିଖରେ ପୋଡ଼ାମାରୀ ଗ୍ରାମର ନାରାୟଣ ପ୍ରଧାନଙ୍କ ଝିଅ ସଙ୍ଗୀତାର ଗଳିତ ଶବ ପୁଲିସ ଉଦ୍ଧାର କରିଥିଲା । ସେ ଗତ ୩ ତାରିଖରୁ ନିଖୋଜ ଥିଲେ । ମୃତକଙ୍କ ବାପାଙ୍କ ଏତଲା କ୍ରମେ କେସ୍ ନମ୍ବର ୫୦୦ରେ ଏକ ମାମଲା ରୁଜୁ ହୋଇଥିଲା। ଏତଲାର ୨୪ ଘଣ୍ଟା ମଧ୍ୟରେ ପୁଲିସ ଅଭିଯୁକ୍ତ ପଟ୍ଟିଗୁଡ଼ା ପଞ୍ଚାୟତ ସିନ୍ଦୁରପୁର ଗ୍ରାମର ବିବାହିତ ମିଥୁନ ବିଷୋଇକୁ ଗିରଫ କରି ପଚରାଉଚରା ବେଳେ ସେ ସଂଗୀତାଙ୍କୁ ପଥର ଛେଚି ହତ୍ୟା କରିବା ପରେ ତାଙ୍କର ସମସ୍ତ ସୁନାରୁପା ଗହଣା ଲୁଟି ନେଇଥିବା ସ୍ୱୀକାର କରିଥିଲା। ପୁଲିସ ସେସବୁ ଜବତ କରି ଆଜି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଆଜି ପାଟପୁର ଥାନାଧିକାରୀ ସବ୍ୟସାଚୀ ମଲ୍ଲଙ୍କ ଉପସ୍ଥିତରେ ସଙ୍ଗୀତାଙ୍କ ମାଆ ଲକ୍ଷ୍ମୀଙ୍କୁ ମହିଳା ଏଏସ୍ଇ ମିଲନ ପ୍ରଧାନ ତିନୋଟି ସୁନା ହାର, କାନଫୁଲ (୭୦ ଗ୍ରାମ) ଓ ରୁପା ପାଉଁଜି (୧୧୫ ଗ୍ରାମ) ଫେରସ୍ତ କରିଛନ୍ତି।

ରିପୋର୍ଟ-ଆରତ କୁମାର ହୋତା

Leave A Reply

Your email address will not be published.