ଭଞ୍ଜନଗର,୧୧/୦୭(ପିପିଟି): କେନ୍ଦ୍ରୀୟ ବନାଞ୍ଚଳର ଲାଠିପଡା ସେକ୍ସନ ଅନ୍ତର୍ଗତ ରଗଡା ସରଂକ୍ଷିତ ଜଙ୍ଗଲ କଂପାର୍ଟମେଣ୍ଟ ନଂ ୩ ରେ ମୂଲ୍ୟବାନ ଶାଳ ଓ ସାହଜ ଗଛ କାଟୁ ଥିବା ସମୟରେ ଲାଠିପଡ଼ା ସେକ୍ସନର ବନ କର୍ମଚାରୀମାନେ ୨ଜଣ ଆସାମୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛନ୍ତି।ଏହି ଘଟଣାରେ ବିଭାଗୀୟ ଏକ ମକଦ୍ଦମା ରୁଜୁ କରାଯାଇଛି।ଆସାମୀ ଦୁଇଜଣ ହେଲେ ସାଗିଡି ଗ୍ରାମର ପରେଶ ଗମାଙ୍ଗ (୩୨) ଓ ଖିଲା ବାଡ଼ି ଗ୍ରାମର ଲିଙ୍ଗୁ ମଣ୍ଡଳ(୫୦)। ଏମାନଙ୍କ ନିକଟରୁ ୧୫ଟି ଶାଳ ଓ ୨୦ଟି ସାହାଜ ବଲ୍ହା ଜବତ କରାଯାଇଛି। ଏହି ଚଢ଼ାଉ ସମୟରେ ଫରେଷ୍ଟର ଅମ୍ରିତା ଜେନା, ଫରେଷ୍ଟ ଗାର୍ଡ ପି. ମୋହନ, ଶିବାନନ୍ଦ ଦଳେଇ ଓ ଜଙ୍ଗଲ ସୁରକ୍ଷା ସ୍କ୍ୱାର୍ଡ ଉପସ୍ଥିତ ଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )
Next Post