ମୂତ୍ରଶୟରୁ ବାହାରିଲା ୧୨୦୦ ଗ୍ରାମ ପଥର।

0 227

ମାଲକାନଗିରି,୨୦/୦୫(ପିପିଟି):ମାଲକାନଗିରି ଜିଲ୍ଲା ହସପିଟାଲରେ ଆଜି ଏକ ସଫଳ ଅସ୍ତ୍ରୋପଚାର ହୋଇଛି। ମୂତ୍ରାଶୟରୁ ୧୨ ଶହ ଗ୍ରାମର ଏକ ପଥର ବାହାରିଛି। ଚିତ୍ରକୋଣ୍ଡା ଅଞ୍ଚଳର ଆରଏସି-୩ ଗ୍ରାମର ଦଶରଥ ଖିଲ(୩୮)ଙ୍କର ମୂତ୍ରାଶୟରେ ଯନ୍ତ୍ରଣା ଅନୁଭବ କରୁଥିଲେ। ବିଭିନ୍ନ ପ୍ରକାର ଔଷଧ ସେବନ ପରେ ମଧ୍ୟ ସେ ଭଲ ହୋଇନଥିଲେ। ପରେ ସେ ମାଲକାନଗିରି ଆସି ଡାକ୍ତରଙ୍କ ସହ ପରାମର୍ଶ କରିଥିଲେ। ଡାକ୍ତର ସପନ କୁମାର ଡିଣ୍ଡା ତାଙ୍କର ମୂତ୍ରାଶୟରେ ଏକ ପଥର ରହିଥିବା କହିଥିଲେ। ଏହାକୁ ତୁରନ୍ତ ଅସ୍ତ୍ରୋପଚାର କରିବାକୁ ପଡିବ ବୋଲି ପରାମର୍ଶ ଦେବା ପରେ ଆଜି ଏହାର ସଫଳ ଅସ୍ତ୍ରୋପଚାର ହୋଇଥିଲା। ଆନାସ୍ଥାସିଆ ଡାକ୍ତର ନିହାର ରଂଜନ ତ୍ରିପାଠୀଙ୍କ ସହ ସପନ କୁମାର ଡିଣ୍ଡା ଏହି ଅସ୍ତ୍ରୋପଚାର କରିଥିଲେ। ଅସ୍ତ୍ରୋପଚାର ପରେ ଦଶରଥଙ୍କ ମୂତ୍ରାଶୟରୁ ୧୨୦୦ ଗ୍ରାମର ଏକ ପଥର ବାହାରିଥିଲା। ଏବେ ଦଶରଥ ସୁସ୍ଥ ଥିବା ଡାକ୍ତର ପ୍ରକାଶ କରିଛନ୍ତି। ପରିବାର ସଦସ୍ଯମାନେ ଦୁଇ ଜଣ ଡାକ୍ତରଙ୍କୁ ପ୍ରଶଂସା କରିଥିଲେ।
(ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Leave A Reply

Your email address will not be published.