ମୂଖ୍ୟମନ୍ତ୍ରୀଙ୍କ ଠାରୁ ସମ୍ମାନିତ ସମ୍ମୁଖ କରୋନା ଯୋଦ୍ଧା ରମା ସାହୁଙ୍କ ଦେହାନ୍ତ,ହିଞ୍ଜିଳି ଅଙ୍ଗନୱାଡ଼ି ମହଲରେ ଶୋକରଛାୟା ।
ହିଞ୍ଜିଳିକାଟୁ,୨୩/୦୫(ପିପିଟି);ପ୍ରଥମ କରୋନା ଲହର ସମୟରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସମ୍ମାନିତ କରାଯାଇଥିବା କରୋନା ସମ୍ମୁଖ ହିଞ୍ଜିଳି ବ୍ଲକ ଅନ୍ତର୍ଗତ ଖଣ୍ଡରା ଅଙ୍ଗନୱାଡ଼ି କର୍ମୀ ରମାସାହୁ ଆଜି ସକାଳେ ସୋମପୁର ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ମାତ୍ର ୪୫ବର୍ଷ ବୟସ ହୋଇଥିଲା । ବହୁ ବର୍ଷ ଧରି ରମାସାହୁ କର୍କଟ ରୋଗର ପିଡୀତ ଥିବା ଘରୋଇ ସୁତ୍ରରୁ ପ୍ରକାଶ । ଗତବର୍ଷ କରୋନା ମହାମାରୀ ସମୟରେ ନିଜ ଅଞ୍ଚଳର ତଥା କାର୍ଯ୍ୟରତ ସ୍ଥାନ ଖଣ୍ଡରାରେ ଦିନରାତି ଏକ କରି କରୋନା ଯୋଦ୍ଧା ଭାବେ ଜନସାଧାରଣଙ୍କୁ ସେବାଯୋଗାଇଥିବା ଯୋଗୁଁ ବ୍ଳକ ,ଜିଲ୍ଲା ଓ ରାଜ୍ୟ ସ୍ତରରେ ସମ୍ମାନିତ ହୋଇଥିଲେ । ନିଜର ନିଷ୍ଠାପର କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ପ୍ରଶଂସିତ ଓ ସମ୍ମାନିତ ହୋଇଥିଲେ । ଏହି କାରଣରୁ ତାଙ୍କର କର୍କଟ ରୋଗର ଚିକିତ୍ସା ପାଇଁ ଦେଶର ଏକ ନାମିଦାମୀ ଔଷଧ କମ୍ପାନୀ ଆର୍ଥିକ ସହାୟତା ଯୋଗାଇ ଆସୁଥଲେ । ଗତକିଛି ଦିନହେବ ସେ ଜ୍ବର ଓ କାଶରେ ପିଡିତ ଥିଲେ । କହିବାକୁ ଗଲେ କରୋନା ଦ୍ବିତୀୟ ଲହର ତାଙ୍କ ପାଇଁ ପ୍ରତିକୂଳ ର ଦିନଥିଲା । ତାଙ୍କର ବିୟୋଗରେ ହିଞ୍ଜିଳି ଜନସାଧାରଣ ଓ ଅଙ୍ଗନୱାଡି ସହକର୍ମୀମାନଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି ।
(ରିପୋର୍ଟ- ସାନ୍ତନୁ କୁମାର ବେହେରା)