ମୁନିଗୁଡା ପୋଲିସକୁ ପୁଣି ମିଳିଛି ସଫଳତା,୧୧ ବ୍ୟାଗ ଗଞ୍ଜେଇ ସହିତ ଟ୍ରକ ଜବତ।

0 375

ରାୟଗଡା,୧୬/୦୬(ପିପିଟି);ରାୟଗଡା ଜିଲ୍ଲା ମୁନିଗୁଡା ଥାନା ସଵୁଵେଳ ଚର୍ଚାରେ ରହିଛି। ଯାହା ନହୋଇଛି ଅନ୍ୟ ଅଧିକାରୀଙ୍କ ସମୟରେ ତାହା ଆଜି ଲୋକଲୋଚନକୁ ଆଣିବାର ପ୍ରୟାସ କରିଥିବା ଅଳ୍ପଦିନର ଏସ୍ ଡି ପି ଓ ଆକାଶ ଚନ୍ଦ୍ର ସାହୁ ଓ ଆଇଆଇସି ସୁଜ୍ଞାନୀ ସାହୁ ଓ ତାଙ୍କର ଥାନା ପୋଲିସ ଷ୍ଟାଫଙ୍କୁ ନେଇ ଗୋଟିଏ ପରେ ଗୋଟିଏ କ୍ରାଇମ ସଫଳତା ହାସଲ କରିଚାଲିଛନ୍ତି। ସେନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କ ଠାରୁ ବହୁ ପ୍ରଶଂସାର ପାତ୍ର ହୋଇପାରିଛନ୍ତି।ଏସ୍ ଡି ପି ଓ ଶ୍ରୀ ସାହୁଙ୍କ ଚୋରା ମଦ ଓ ଗଞ୍ଜେଇ ଧରା କୌଶଳ ଲଗାତର ଫଳପ୍ରଦ ହେବାରେ ଲାଗିଛି। ଆଜିସକାଳେ ତେଲେଙ୍ଗାପଦର ଛକରେ ଚନ୍ଦ୍ରପୁର ଅଞ୍ଚଳରୁBR-06GA6144ଟ୍ରକରେ ୧୧ ବ୍ୟାଗ ଗଞ୍ଜେଇ ଯାହାକି ୪୪୦ କେଜି ହେବା ସହ ଆନୁମାନିକ ମୂଲ୍ୟ ୪ଲକ୍ଷରୁ ଉର୍ଦ୍ଧ୍ବ ଲୋଡହୋଇ ମୁନିଗୁଡା ଅଭିମୂଖେ ଯାଉଥିଲା ଜାଲଵିଛାଇ ଥିବା ଏସଡିପିଓ ଓ ଆଇଆଇସିଙ୍କ ପୂର୍ଵପ୍ରସ୍ତୁତି ପ୍ରକାରେ ସେଠାରେ ପୋଲିସ ଟିମ୍ ସହ ଜଗି ଟ୍ରକକୁ କାବୁ କରିବା ସମୟରେ କୌଶଳ କ୍ରମେ ଚାଳକ ଓ ମାଫିଆ ଟ୍ରକ ଛାଡି ଚମ୍ପଟ ମାରିଥିଲେ ଟ୍ରକ ଓ ଗଞ୍ଜେଇକୁ ଥାନାକୁ ଆଣି ଥାନାରେ ୭୬/୨୦୨୧ପ୍ରକାରେ କେଶ ରୁଜୁ ହେବାସହ ଆସାମୀକୁ ଖୁବ୍ ଶୀଘ୍ର ଧରାଯିବ ବୋଲି ଏସଡିପିଓ ସୂଚନା ଦେଇଛନ୍ତି। ସରକାରଙ୍କ କୋଭିଡି ଡିଉଟିରେ ରାତିଦିନ ଏକ କରି ନିଜର ସ୍ବାସ୍ଥ୍ୟ ଓ ପରିବାରଙ୍କ ସ୍ବାସ୍ଥ୍ୟକୁ ଗୁରୁତ୍ବ ନଦେଇ ଜନକଲ୍ୟାଣ ନିମନ୍ତେ କରୋନା ସଚେତନତା ସୃଷ୍ଟି ଓ ଲୋକଙ୍କୁ ସୁରକ୍ଷା ଯୋଗାଇ ଆଜି ମୁନିଗୁଡା ଅଞ୍ଚଳରେ କରୋନା ପ୍ରକୋପ ହ୍ରାସହେବାର ମୂଖ୍ୟ ଭୂମିକା ଥିଲା ମୁନିଗୁଡା ପୋଲିସ୍। ଏଥିସହିତ କେତେବେଳେ ଗୋରୁ ଚାଲାଣ ନିଉଜକୁ ନେଇ ସାମ୍ବାଦିକଙ୍କୁ କରୁଥିବା ଆକ୍ରମଣକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସାମ୍ବାଦିକଙ୍କୁ ସୁରକ୍ଷା ଯୋଗାଇବାକୁ ପଛାଇ ନଥିବାବେଳେ, ତୀକ୍ଷ୍ଣ ଦୃଷ୍ଟି ରଖି ଶହଶହ କୁଇଣ୍ଟାଲ ଗଞ୍ଜେଇ ଚୋରା ଚାଲାଣ ଧରିବାରେ ସକ୍ଷମ ହୋଇଥିଲେ ମଧ୍ୟ ଚୋରା ମଦ ଧରି କୋର୍ଟ ଚାଲାଣ କରାଯାଇଛି, ହେଲେ କୋଭିଡି ନିୟମକୁ ଅମାନିଆ କରୁଥିଵା ଵ୍ୟକ୍ତିଙ୍କ ଠାରୁ ବହୁ ପରିମାଣର ଜୋରିମାନା ଆଦାୟ କରିବା ସହ ଗୋରୁ ଵେପାରୀଙ୍କ ଠାରୁ ଫାଇନ୍ ମଧ୍ୟ ଆଦାୟ କରି ଥାନାର ମର୍ଯ୍ଯାଦା ରଖିଥିବା ଏସ୍ ଡି ପି ଓ ଶ୍ରୀ ସାହୁ ଓ ଆଇଆଇସି ଶ୍ରୀମତୀ ସାହୁ ଏବଂ ଥାନାର ସମସ୍ତ ପୋଲିସ୍ କର୍ମଚାରୀଙ୍କୁ ସାଧାରଣରେ ଯଥେଷ୍ଟ ସମ୍ମାନ ଦେଉଥିବା ଶୁଣିଵାକୁ ମିଳୁଛି।
(ରିପୋର୍ଟ – ନବୀନ ନାୟକ ବେହେରା। )

Leave A Reply

Your email address will not be published.