ମୁନିଗାଡ଼ିରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ।

0 231

ବେଲଗୁଣ୍ଠା,୨୯/୦୯(ପିପିଟି): ଆଜି ଗାଙ୍ଗପୁର ଥାନା ଅନ୍ତର୍ଗତ ମୁନିଗାଡ଼ି ଗ୍ରାମପଂଚାୟତ ଠାରେ ସରପଞ୍ଚ ସବିତା ସ୍ୱାଇଁ ଏବଂ ସମାଜସେବୀ ସନ୍ତୋଷ କୁମାର ସ୍ଵାଇଁଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ରହ୍ମପୁର ସ୍ଥିତ ଇକୋସ୍ ଚକ୍ଷୁ ଚିକିତ୍ସାଳୟର ଚକ୍ଷୁ ବିଶେଷଜ୍ଞ ହରିଶ୍ ଚନ୍ଦ୍ର ସାହୁ ଏବଂ ଜି ବିନୋଦ ଶିବିରରେ ଶହେରୁ ଉର୍ଦ୍ଧ୍ୱରେ ଚକ୍ଷୁ ରୋଗୀଙ୍କ ଚକ୍ଷୁ ପରୀକ୍ଷା କରି କୋଡ଼ିଏ ଜଣଙ୍କୁ ମୋତିଆ ବିନ୍ଦୁ ଅସ୍ତ୍ରୋପଚାର ପାଇଁ ଚିହ୍ନଟ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସମବାୟ ସମିତି ସଭାପତି ଦୂର୍ଗା ମହାପାତ୍ର,ସମିତି ସଭ୍ୟ ମାନସ ବିଷୋୟୀ, ପୂର୍ବତନ ସମିତିସଭ୍ୟ ପଦ୍ମନାଭ ଗୌଡ଼,ପିଇଓ ସୁକାନ୍ତ ନାୟକ ଏବଂ ଜିଆରଏସ୍ ଗୌର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ କାହ୍ନୁ ,ପ୍ରହଲ୍ଲାଦ,ନିଶାମଣୀ,ବାସୁ, ନାରାୟଣ, ବୁଲୁ, ଧୋବା, ଭବେଶ୍ୱର, ବସନ୍ତ,ସଞ୍ଜୟ, ସନ୍ତୋଷ,ତ୍ରିଲୋଚନ,ଭଗବାନ, ଦିଲ୍ଲୀପ, ରଘୁ, ସନ୍ନ୍ୟାସୀ, ହେମନ୍ତ, ସୁନୀଲ, କେଦାର, ଜୟରାମ, ଦିଗମ୍ବର,ବିଦ୍ୟା, ମାନସ,ପଞ୍ଚାନନ ପ୍ରମୁଖ ସହଯୋଗ କରିଥିଲେ ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.