ବୋଲଗଡ଼,୦୫/୧୧(ପିପିଟି); ଗରିବଙ୍କ ପାଇଁ ସରକାରଙ୍କର ଅନେକ ଯୋଜନା । ଆବାସ ଯୋଜନା ମଧ୍ୟରେ ସରକାସର ଯୋଗାଇ ଦେଉଛନ୍ତି ପକାଘର କିନ୍ତୁ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଅଞ୍ଚଳର ଆରିକିମା ପଞ୍ଚାୟତର କୋଟସିଙ୍ଗା ଗ୍ରାମରେ ବିଧବା ନିର୍ମଳାଙ୍କ ପାଇଁ ଇନ୍ଦିରା ଆବାସ ହୋଇଛି ସାତସପନ ଓ ସେମଧ୍ୟ ଭୁମିହିନ ଅଟନ୍ତି । କହିବାକୁଗଲେ ନିର୍ମଳାଙ୍କ ସ୍ୱାମୀ ପରମାନନ୍ଦ ଆଜକୁ ପ୍ରାୟ ଅଢେଇ ବର୍ଷପୁର୍ବେ ପୋଖରୀ ରେ ବୁଡିଯାଇ ପ୍ରାଣହରାଇ ଥିଲେ। ସ୍ୱାମୀ ଗଲାପରେ ତାଙ୍କର ଏକ ମାତ୍ରପୁଅ ସନ୍ତୋସ(୧୮) ଏକ ସରକାରୀ ଜାଗାରେ କରି ଥିବା ଚାଳଘରେ ରହିଆସୁଥିଲେ। କିନ୍ତୁ ଗଲା ଲଘୁଚାପ ବର୍ଷା ରେ ତାହା ଭାଙ୍ଗି ଯାଇଥିଲା ଏପରିକି ଚାଳ ଛପର ବି ଉଡିଯାଇଲା। ଅର୍ଥ ଅଭାବରୁ ଘର ଟିକୁ ଛପରକରି ପାରିନଥିଲେ । ଯାହାଫଳରେ କେଉଁ ଠାରେ ଆଶ୍ରୟ ନପାଇ ଗ୍ରାମର ଅଙ୍ଗନୱାଡି କେନ୍ଦ୍ରରେ ରହୁଛନ୍ତି। ଏଠାରେ ଗୋଟାଏ ପ୍ରଶ୍ନ ଉଠେ ଅଙ୍ଗନୱାଡି କେନ୍ଦ୍ର ଖୋଲିବା ପରେ ସେମାନେ ରହିବେ କେଉଁଠି ? ଯଦି ଜିଲ୍ଲା ପ୍ରଶାସନ ଓ ସରକାରୀ ସହାୟତା ମିଳିପାରନ୍ତା ତେବେ ନିଃସହାୟ ମା ,ପୁଅଙ୍କ ମୁହଁରେ ଖୁସିଫୁଟି ପାରନ୍ତା। ଏହି ସୟରେ ଆମର ପ୍ରତିନିଧି ସ୍ଥାନୀୟ ସରପଞ୍ଚଙ୍କ ପ୍ରତିକ୍ରିୟା ନେବାକୁ ଚାହୁଁଥିଲେ ମଧ୍ୟ ଶୋଇଛନ୍ତି କହି ପ୍ରତିକ୍ରିୟା ଦେଲେନାହିଁ। ଦେଖାଯାଉ କେବେ ଜିଲ୍ଲା ପ୍ରଶାସନ ଓ ସରକାରଙ୍କର ନିଦଭାଙ୍ଗୁଛି ନିରାଶ୍ରୟ ମା ଓ ପୁଅକୁ ସରକାରୀ ସାହାଯ୍ୟ ମିଳୁଛି। ତାହା ଦେଖିବାର କଥା।
(ରିପୋର୍ଟ- ସୁଶାନ୍ତ କୁମାର ପ୍ରଧାନ। )