ମୁଖ୍ୟ ସଚିବଙ୍କ ଯାଜପୁର ଜିଲ୍ଲା ଗସ୍ତ ଓ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ସମୀକ୍ଷା ।

0 556

ଯାଜପୁର, ୦୭/୦୩(ପିପିଟି); ଯାଜପୁର ଜିଲାର ବିକାଶକୁ ତ୍ୱରାନ୍ୱିତ କରାଯାଉଛି । ବିଭିନ୍ନ ମେଗା ପ୍ରକଳ୍ପ ଗୁଡ଼ିକର ସମୀକ୍ଷା କରାଯିବା ସହ ତାହାର ସୁଫଳ ଲୋକମାନଙ୍କୁ ଯଥାଶୀଘ୍ର ମିଳିବା ଉପରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ରବିବାର ପୂର୍ବାହ୍ନରେ ଯାଜପୁର ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସି ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ଯାଜପୁରର ଅଧିଷ୍ଟାତ୍ରୀ ଦେବୀ ମା’ ବିରଜାଙ୍କୁ ଦର୍ଶନ କରିଥିଲେ । ପରେ ମନ୍ଦିର ଚତୁଃପାର୍ଶ୍ବରେ ପରିଦର୍ଶନ କରିବା ସହ ମନ୍ଦିରର ଉନ୍ନୟନ ପାଇଁ ୬କୋଟି ୫୦ଲକ୍ଷ ଟଙ୍କାର ବ୍ୟବସ୍ଥା କରାଯାଇଛି ବୋଲି ସୂଚନା ଦେଇଥିଲେ । ମା’ଙ୍କ ମନ୍ଦିରର ଉନ୍ନୟନ ଓ ଉନ୍ନତିକରଣ କାର୍ଯ୍ୟ ଶୀଘ୍ର ଆରମ୍ଭ କରିବାକୁ ଶ୍ରୀ ମହାପାତ୍ର ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ । ପରେ କୁସୁମା ପୋଖରୀ ପରିଦର୍ଶନ ସହ ତାହାର ଉନ୍ନତି କରଣ ପାଇଁ ବିଭିନ୍ନ ପରାମର୍ଶ ମୁଖ୍ୟ ସଚିବ ଦେଇଥିଲେ । ପରେ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ପ୍ରସାରିତ ନିର୍ମାଣ କାର୍ଯ୍ୟକୁ ପରିଦର୍ଶନ କରିବା ସହ ପ୍ରକଳ୍ପ ସାରିବାକୁ ଧାର୍ଯ୍ୟ ହୋଇଥିବା ଦେଢ଼ ବର୍ଷ ସମୟ ସୀମା ମଧ୍ୟରେ ଏହା ଯେପରି ଲୋକଙ୍କ ସେବାରେ ଲାଗେ ସେ ସମ୍ପର୍କରେ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ଜିଲ୍ଲା ସ୍କୁଲର ସ୍ମାର୍ଟ କ୍ଲାସକୁ ମୁଖ୍ୟ ସଚିବ ଅନୁଧ୍ୟାନ କରିବା ସହ ଶିକ୍ଷାଦାନ ପଦ୍ଧତି ସମ୍ପର୍କରେ ଆଲୋଚନା କରିଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଓ ହେବାକୁ ଥିବା ବିଭିନ୍ନ ମେଗା ପ୍ରକଳ୍ପ ସମ୍ପର୍କରେ ମୁଖ୍ୟ ସଚିବ ସମୀକ୍ଷା କରିଥିଲେ । ଯାଜପୁର ଟାଉନ୍, ବ୍ୟାସନଗର, କଳିଙ୍ଗନଗର ଓ ଜିଲ୍ଲାର ଅନ୍ୟାନ୍ୟ ଅଳ ଗୁଡ଼ିକର ଉନ୍ନୟନ ପାଇଁ ପ୍ରସ୍ତୁତ ହୋଇଥିବା ଯୋଜନା ଗୁଡ଼ିକୁ ସେ ଅନୁଧ୍ୟାନ କରିଥିଲେ । ଏହାକୁ ଆଗାମୀ ଦିନରେ କାର୍ଯ୍ୟକାରୀ କରାଯିବ ଏବଂ ଏହାକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରସ୍ତୁତ କରିବାକୁ ସେ ପରାମର୍ଶ ଦେଇଥିଲେ । ସେହିପରି ଡ଼ିଏମ୍ଏଫ୍ ଓ ଓମ୍ବାର୍ଡ଼ସି ସହାୟତାରେ ଚାଲୁଥିବା କାର୍ଯ୍ୟ ଓ ପ୍ରସ୍ତୁତ ହୋଇଥିବା ଯୋଜନା କାର୍ଯ୍ୟକୁ ମଧ୍ୟ ଶ୍ରୀ ମହାପାତ୍ର ସମୀକ୍ଷା କରିଥିଲେ । ଜିଲ୍ଳାର ବିକାଶ ଓ ଉନ୍ନୟନ କାର୍ଯ୍ୟ ଅଗ୍ରାଧିକାର ଭିିରେ କରାଯାଉଛି । ୪୦ଏକର ଜମିରେ ପ୍ରଶାସନିକ ଭବନ ନିର୍ମାଣ ହେଉଛି । ସମସ୍ତ ସ୍କୁଲ ମାନଙ୍କର ପିଲାମାନେ ଯେପରି ବେଷ୍ଟ ଏଜୁକେଶନ ପାଇପାରିବେ ତାହାପ୍ରତି ମଧ୍ୟ ଧ୍ୟାନ ଦିଆଯାଉଛି । ଜୀବିକା ମିଶନ ମାଧ୍ୟମରେ ଲୋକମାନଙ୍କୁ କର୍ମନିଯୁକ୍ତି ମଧ୍ୟ ଯୋଗାଇ ଦିଆଯାଉଛି ବୋଲି ଶ୍ରୀ ମାପାତ୍ର କହିଥିଲେ । ବ୍ୟାସନଗର ଓ କଳିଙ୍ଗ ନଗରରେ ମଧ୍ୟ ଏକାଧିକ ପ୍ରକଳ୍ପ ଚାଲୁ ରହିଛି । ଆଗକୁ ଏହାର ଉନ୍ନତିକରଣ ପାଇଁ ମାଷ୍ଟରପ୍ଲାନ୍ ପ୍ରସ୍ତୁତ ହୋଇଛି ବୋଲି ମୁଖ୍ୟ ସଚିବ କହିବା ସହ ସଠିପୁର, ବ୍ୟାସନଗର ଓ କଳିଙ୍ଗନଗର ଇତ୍ୟାଦି ଅଳକୁ କ୍ଷେତ୍ର ପରିଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର, ଆଇଏଏସ୍ ପ୍ରୋବେସନର ସଚିନ୍ ପାୱାର, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଅକ୍ଷୟ କୁମାର ମଲିକ, ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ମହାପାତ୍ର ପ୍ରମୁଖ ଏହି ଗସ୍ତ ସମୟରେ ଉପସ୍ଥିତ ଥିଲେ । ଜିଲ୍ଲାପାଳ ଶ୍ରୀ ରାଠୋର ପାୱାର ପିଏ ପ୍ରେଜେସେନ୍ ମାଧ୍ୟମରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଓ ହେବାକୁ ଥିବା ଯୋଜନା ଗୁଡ଼ିକର ନୀଳ ନକ୍ସା ପ୍ରଦର୍ଶନ କରିଥିଲେ ।

Leave A Reply

Your email address will not be published.