ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିକୁ ମାସକର ଦରମା ପ୍ରଦାନ କଲେ ପଦ୍ମପୁର ଅତିରିକ୍ତ ତହସିଲଦାର ସରିତା ଗୁପ୍ତା ।

0 310

ପଦ୍ମପୁର,(ପିପିଟି ନ୍ଯୁଜ୍)୦୬/୦୪- କରୋନା ଓ ମଣିଷ ଲଢେଇରେ ଆର୍ଥିକ ସହାୟତା ପାଇଁ ବିଭିନ୍ନ ରାଜନୈତିକ ବ୍ୟକ୍ତି ତଥା ବିଭିନ୍ନ ଅନୁଷ୍ଠାନ ଓ ପ୍ରଶାସନିକ ଅଧିକାରୀ ମାନେ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିକୁ  ସହାୟତା ରାଶି ପ୍ରଦାନ କରୁଛନ୍ତି ।ମାନ୍ୟବର ମୁଖ୍ୟମନ୍ତ୍ରୀ ନିଜେ ନିଜର ତିନି ମାସର ଦରମା ପ୍ରଦାନ କରିଛନ୍ତି । ପ୍ରଶାସନିକ ଅଧିକାରୀ ତଥା ପଦ୍ମପୁର ଅତିରିକ୍ତ ତହସିଲଦାର ସରିତା ଗୁପ୍ତା ତାଙ୍କ ଗୋଟିଏ ମାସର ଦରମା ଅର୍ଥାତ ୫୧୦୦୦ ଟଙ୍କା ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିକୁ ପ୍ରଦାନ କରିଛନ୍ତି । ଅତିରିକ୍ତ ତହସିଲଦାର ମହୋଦୟା ନିଜ ଜନ୍ମଭୂମି ଟିଟିଲାଗଡ଼ ଠାରେ ଟିଟିଲାଗଡ଼ ଉପଜିଲ୍ଲାପାଳ ସୂଧାକର ନାୟକଙ୍କ  ଜରିଆରେ ଏହି ରାଶି ପ୍ରଦାନ କରିଛନ୍ତି । ଏହି ଅବସରରେ ତାଙ୍କୁ ସହିତ ତାଙ୍କ ପିତା ସତ୍ୟନାରାୟଣ ଗୁପ୍ତା ଓ ଭାଇ ମନିଷ ଗୁପ୍ତା ଉପସ୍ଥିତ ଥିଲେ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.