ରାୟଗଡା,୧୭/୧୦(ପିପିଟି);ରାୟଗଡା ଜିଲ୍ଲା ବିସମକଟକରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ନବୀନ ପଟ୍ଟନାୟକ ଙ୍କ ୭୪ ବର୍ଷ ପୂର୍ତ୍ତିହୋଇ ୭୫ ବର୍ଷରେ ପଦାର୍ପଣ କରିଛନ୍ତି। ତାଙ୍କର ୭୪ ବର୍ଷ ପୂର୍ତ୍ତି ଜନ୍ମତିଥି ଅବସରରେ ବିଜୁ ଜନତା ଦଳ ତରଫରୁ ରାୟଗଡ଼ା ଜିଲ୍ଲା ବିଷମ କଟକ ସଦର ମହକୁମାରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଶିବିରରେ ୭୪ ୟୁନିଟ ରକ୍ତ ସଂଗ୍ରହ ହୋଇଛି। ବିଜୁ ଜନତା ଦଳ ରାୟଗଡା ଜିଲ୍ଲା ସଭାପତି ତଥା ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧିର କୁମାର ଦାଶଙ୍କ ତତ୍ବାଵଧାନରେ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ପରିସରରେ ଉକ୍ତ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ ହୋଇଛି।ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଶିବିରର ଉଦଘାଟନ କରିଛନ୍ତି। ଶିବିରରେ ବିଷମ କଟକ ନିର୍ବାଚନ ମଣ୍ଡଳୀର ବିଷମ କଟକ,ମୁନିଗୁଡା, କୋଲନରା ଓ କଲ୍ୟାଣସିଂପୁର ଚାରୋଟି ବ୍ଲକର ବହୁ ଦଳୀୟ କର୍ମୀ ଉପସ୍ଥିତ ରହି ଶିବିରରେ ସ୍ବେଚ୍ଛାକୃତ ରକ୍ତଦାନ କରିଛନ୍ତି।ଶିବିରଟି ଜିଲ୍ଲା ସଭାପତି ସୁଧିର ଦାସ ଏବଂ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ପ୍ରତ୍ୟକ୍ଷ ତତ୍ବାଵଧାନରେ ଆୟୋଜିତ ହୋଇଥିବାବେଳେ ବିଜୁ ଯୁବ ଜନତା ଦଳର ଜିଲ୍ଲା ସମ୍ପାଦକ ଡି.ଶିବ ପ୍ରସାଦ ଏବଂ ବ୍ଳକ ସଭାପତି ଦେବୀ ପ୍ରସାଦ ପଟନାୟକ ଶିବିର ପରିଚାଳନା ଦାଇତ୍ୱ ତୁଲାଇଥିଲେ। ଶିବିରରେ ଦଳର ରାଜ୍ୟ ଯୁଗ୍ମ ସଂପାଦକ ପୃଥିରାଜ ସାହୁ,ରାଜ୍ୟ ଯୁବ ସମ୍ପାଦକ ଜ୍ୟୋତି ପ୍ରସାଦ ସାହୁ,ରବୀନ୍ଦ୍ରନାଥ ପଣ୍ଡା, ପୂର୍ବତନ ସ୍ୱତନ୍ତ୍ର ଉନୟନ ପରିଷଦ ଅଧ୍ୟକ୍ଷ ଜଗନ୍ନାଥ ନୁଣ୍ଡରୁକା,ଧିରୁ ପାଣିଗ୍ରାହୀ, ରତନଲାଲ ଜୈନ, ଗଗନ ଆଚାର୍ଯ୍ୟ, ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଦେବଗିରୀ ପଟନାୟକଙ୍କ ସମେତ ଦଳୀୟ କର୍ମୀମାନେ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉଛାହିତ କରିଥିଲେ। ରାୟଗଡା ରକ୍ତ ଭଣ୍ଡାର ଡାକ୍ତର ଏମ.ଏ.ମଜିଦ ଲ୍ୟାବ ଟେକ୍ନିସିଆନ ବି.କିଶୋର କୁମାର, ଉମାକାନ୍ତ ମିଶ୍ର, ସରୋଜ କାନ୍ତ ଆଚାର୍ଯ୍ୟ, ଶଙ୍କର ତଡିଙ୍ଗୀ ଶିବିରରେ ଯୋଗଦେଇ ରକ୍ତ ସଂଗ୍ରହ କରିଥିଲେ।
(ରିପୋର୍ଟ- ନବୀନ ଚନ୍ଦ୍ର ନାୟକ ବେହେରା)