ମୁଖ୍ୟମନ୍ତ୍ରୀ କଳାକାର ସହାୟତା ରାଶି ପ୍ରଦାନ ପତ୍ର ପ୍ରଦାନ: ନିରାଶ ହେଲେ ବହୁ ବରିଷ୍ଠ ପ୍ରତିଭାବାନ କଳାକାର ।

0 256

ବାଲିଗୁଡା,୨୭/୦୨(ପିପିଟି): କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ସ୍ଥିତ ବ୍ଲକ କାର୍ଯାଳୟରେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ବାଲିଗୁଡା ବ୍ଲକ ଗ୍ରାମାଞ୍ଚଳର ୨୬ ଜଣ କଳାକାର ଏବଂ ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦର ୮ ଜଣ କଳାକାରଙ୍କୁ କଳାକାର ସହାୟତା ରାଶି ପ୍ରଦାନ ପତ୍ର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବାଲିଗୁଡା ବିଡ଼ିଓ ଶଶାଙ୍କଶେଖର ପାତ୍ରଙ୍କ ଉପସ୍ଥିତିରେ ପ୍ରଥମ ପର୍ଯ୍ୟାୟରେ ମୁଖ୍ୟ ଅତିଥିଭାବେ ବ୍ଲକ ଅଧକ୍ଷା ନିଶାବତୀ ମଳିକଙ୍କ କରକମଳରେ ୨୬ ଜଣ କଳାକାର ଙ୍କୁ ସହାୟତା ରାଶି ପ୍ରଦାନ ପତ୍ର ଦିଆଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ରେ ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦର ୮ ଜଣ କଳାକାରଙ୍କୁ ଉପାଧ୍ୟକ୍ଷା ଶାନ୍ତି ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦାନ କରିଥିଲେ । ଏନେଇ ସହାୟତା ପାଇବାପାଇଁ ଯୋଗ୍ୟ ବିବେଚିତ ହୋଇଥିବା କଳାକାର ମାନେ ଖୁସି ପ୍ରକଟ କରିଥିବା ବେଳେ ବହୁ ପ୍ରତିଭାବାନ କଳାକାର ଚୟନ ପ୍ରକ୍ରିୟା ରେ କଟି ଯାଇଥିବାରୁ ଦୁଃଖ ପ୍ରକାଶ କରିଛନ୍ତି । ବାରଖମା ଗ୍ରାମ ପଞ୍ଚାୟତରୁ ଲକ୍ଷ୍ମୀ ନାରାୟଣ ଦଣ୍ଡିଆ, ନାରାୟଣ ପଣ୍ଡା,ବାଲିଗୁଡା ଏନ୍ଏସି ରୁ ସଂକୀର୍ତ୍ତନ ଗୁରୁ ଯୁଧିଷ୍ଠିର ପାତ୍ର,ଦଣ୍ଡନାଟ ଗୁରୁ ପୁରସ୍ତମ ନାୟକ,ଗାୟକ ବାହାନ ପାତ୍ର,ବଂଶୀ ବାଦକ କାହ୍ନୁ ଚରଣ ନାୟକ,ପ୍ରଦୀପ ମଳିକ,ପ୍ରଦୀପ କୁମାର ପାତ୍ରଙ୍କ ସମେତ ୩୪ ଜଣ କଳାକାର ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ସହାୟତା ରାଶି ପ୍ରଦାନ କରାଯାଇଥିବା ନେଇ ବିଡ଼ିଓ ଶ୍ରୀ ପାତ୍ର ପ୍ରକାଶ କରିଛନ୍ତି ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.