ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୧ହଜାର ଆର୍ଥିକ ସହାୟତା।

0 58

ହିଞିଳିକାଟୁ,(ପିପିଟି ନ୍ଯୁଜ୍) ୧୦/୦୪:- କରୋନା ସଂକ୍ରମଣର ମୁକାବିଲା କୁ ନେଇ ସାରା ରାଜ୍ୟରେ ଲକଡାଉନ ଘୋଷଣା ଜାରି ରହିଛି ।ଜନସାଧାରଣ ମଧ୍ୟ ସେଚେତନ। ହୋଇ ସରକାରଙ୍କୁ ସମର୍ଥନ କରିଛନ୍ତି ।ଫଳରେ ଏଭଳି ସ୍ଥିତିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସହଯୋଗ କରିବାକୁ ଯାଇ ବିଭିନ୍ନ ସଂଙ୍ଗଠନ ଠାରୁ ଆରମ୍ଭ କରି ସ୍ୱେଚ୍ଛାସେବୀ ,ସମାଜସେବୀ ଆଦି ସହାୟତାର ହାତ ବଢ଼ାଇଛନ୍ତି ।ସେହିପରି ସ୍ଥାନୀୟ ସହରର ସବଲମ୍ବୀ କାରିଗର ଏବଂ ପମ୍ପ ଡ୍ରାଇଭର ସଙ୍ଘ ତରଫରୁ ୧୧ ହଜାର ଟଙ୍କା ଟ୍ରାଫ୍ଟ ଆକାରରେ ବିଡ଼ିଓ  ପ୍ରସନ୍ନ କୁମାର ପାତ୍ରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏହି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।ଏହି ରାଶି ପ୍ରଦାନ ବେଳେ ସଭାପତି ଗଙ୍ଗାଧର ପରିଡା, ସମ୍ପାଦକ ସନ୍ତୋଷ କୁମାର ଗୌଡ଼, କୋଷାଧ୍ୟକ୍ଷ ସୁଧୀର କୁମାର ପାଢୀ, ଉପଦେଷ୍ଟା ଦୁର୍ଗା ଚରଣ ପାଢ଼ୀ, କନିଷ୍ଠ ଯନ୍ତ୍ରୀ ପ୍ରସନ୍ନ କୁମାର ଦଳାଇ ଙ୍କ ଉପସ୍ଥିତ ରେ ମାସ୍କ ପିନ୍ଧି ଏବଂ ସାମାଜିକ ଦୁରୁତ୍ୱ ରଖି ୧୧ହଜାର ଟ୍ରାଫ୍ଟ ବିଡ଼ିଓଙ୍କୁ ପ୍ରଦାନ   କରି ସାହାଯ୍ୟର ହାତ ବଢ଼ାଇଛନ୍ତି।

Leave A Reply

Your email address will not be published.