ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଟାଙ୍କି ଅଛି ପାଣି ନାହିଁ, ନଳକୂପ ଆଗରେ ଲମ୍ବା ଲାଇନ ।

0 773

ଶେରଗଡ,୧୩/୦୬(ପିପିଟି);ସହର ଠାରୁ ଗାଁ ପର୍ଯ୍ୟନ୍ତ ସମସ୍ତଙ୍କୁ ପାନୀୟ ଜଳ ଯୋଗାଇ ଦେବା ପାଇଁ ଚାଲିଛି ବସୁଧା ଯୋଜନା । ଏଥି ପାଇଁ ସରକାରୀ ରାଜ କୋଷରୁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । ହେଲେ କେଉଁଠି ଟାଙ୍କି ନିର୍ମାଣ ହେଉନି ତ କେଉଁଠି ରକ୍ଷଣା ବେକ୍ଷଣ ଅଭାବରୁ ଟାଙ୍କି ନିର୍ମାଣ ହୋଇଥିଲେ ହିଁ ଲୋକଙ୍କୁ ପାଣି ମିଳୁନି । ଏପରି ଦୃଶ୍ୟ ଦେଖୁବାକୁ ମିଳିଛି ଖୋଦ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଶେରଗଡ଼ ବ୍ଲକ ଅନ୍ତର୍ଗତ ମହୁପଦର ଗ୍ରାମ ପଞ୍ଚାୟତର ଦଶମୁଣ୍ଡୁଳି ଗ୍ରାମରେ । ୨୦୧୧ ମସିହାରେ ପାଣିଟାଙ୍କି ନିର୍ମାଣ ହୋଇଥିଲେ ମଧ୍ୟ ବର୍ତ୍ତମାନ ତାହା ଅଚଳ ଅବସ୍ଥାରେ। ୪ ହାଜର ଜନ ବସତି ଗ୍ରାମ ରେ ଦୁଇ ତିନିଟି ନଳକୂପ ଥିଲେ ମଧ୍ୟ ସେଥି ମଧ୍ୟରୁ ଜଙ୍ଗ ପାଣି ବାହାରୁଥିବା ଦେଖୁବାକୁ ମିଳିଛି । ଗ୍ରାମର ମହିଳା ମାନେ ପ୍ରତେକ ଦିନ ଗଡ଼ା ମାଠିଆ ଧରି ଲାଇନ ରହି ପାଣି ନେବାର ଦେଖୁବାକୁ ମିଳୁଛି । ବେଳେ ବେଳେ ପାଣି ପାଇଁ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥାଏ ବୋଲି ଗ୍ରାମ ର ମହିଳା ମାନେ କହିଛନ୍ତି । ଦୀର୍ଘ ଦିନ ହେବ ପାନୀୟ ଜଳ ପ୍ରକଳ୍ପ ଅଚଳ ଅବସ୍ଥାରେ ପଡି ରହିଛି । ଏନେଇ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା କହିଛନ୍ତି ଗ୍ରାମବାସୀ । କେବେ ସୁଧୁରୁଛି ଲୋକଙ୍କ ସମସ୍ୟା ତାହା ଦେଖୁବାକୁ ବାକି ରହିଲା ।

( ରିପୋର୍ଟ-ଭିକୁ ନାୟକ )

Leave A Reply

Your email address will not be published.