ଶେରଗଡ଼,୦୯/୦୨(ପିପିଟି); ସମାଜର ନିମ୍ନ ବର୍ଗ ର ଲୋକଙ୍କୁ ରାସନ କାର୍ଡ଼ ଯୋଗେଇ ଦେବା ପାଇଁ ସରକାରଙ୍କ କର୍ତ୍ତବ୍ୟ ରହିଛି। ଅସହାୟ ପରିବାରକୁ ଖୋଦ ମୁଖ୍ୟମନ୍ତ୍ରୀ ଙ୍କ ନିର୍ବାଚନ ମଣ୍ଡଳୀ ଶେରଗଡ଼ ବ୍ଲକର ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତରେ ଏହାର ବ୍ୟତିକ୍ରମ ଦେଖା ଯାଇଛି। ସମିତି ସଭ୍ୟା ଗାଁ କୀର୍ତ୍ତିପୁର ପାତର ଅନ୍ତର ନୀତି ପାଇଁ ଗ୍ରାମର ସୁରେନ୍ଦ୍ର ପାତ୍ର, ଗୁରୁବାରୀ ଜେନା, ସାନ ଘନୀ ସ୍ୱାଇଁ,ସୀମାଞ୍ଚଳ ଜେନା, ଉପେନ୍ଦ୍ର ସ୍ୱାଇଁ, ପ୍ରଭାକର ସ୍ୱାଇଁ, ନବୀନ ସ୍ୱାଇଁଙ୍କ କ୍ଷେତ୍ରରେ ବ୍ୟତିକ୍ରମ ଦେଖା ଯାଇଛି। ନରେନ୍ଦ୍ରପୁର ପଞ୍ଚାୟତ ହେଡ କ୍ୱାଟର ହୋଇଥିବା ବେଳେ ନରେନ୍ଦ୍ରପୁର ର ୫୦ ରୁ ଉର୍ଦ୍ଧ୍ବ ଓ ବି ନୁଆଁପଲ୍ଲୀ ୧୫ ରୁ ଉର୍ଦ୍ଧ୍ବ ପରିବାର ବଞ୍ଚିତ।କିଛି ନିର୍ଦ୍ଦିଷ୍ଟ କୁଜି ନେତାଙ୍କ ପାଇଁ ରାଜନୈତିକ ଆକ୍ରୋଶ ରଖି ଯେପରି ସେହି ବ୍ୟକ୍ତି ମାନଙ୍କୁ ରାସନ କାର୍ଡ଼ ନ ମିଳେ ଓ ତାଲିକାରୁ ନାମ କାଟି ଅନ୍ତର୍ଭୁକ୍ତ ନ କରିବାର ଅଭିଯୋଗ ହୋଇଛି । ବ୍ଲକ ପ୍ରଶାସନ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି। ଖୋଦ ମୁଖ୍ୟମନ୍ତ୍ରୀ ନିର୍ବାଚନ ମଣ୍ଡଳୀରେ ମୋ ସରକାର କିପରି କାର୍ଯ୍ୟକାରୀ କରୁଛି ତାହା ଜ୍ଵଳ ଜ୍ଵଳ ହୋଇ ଦେଖା ଯାଉଛି । ଏହା ସହ ମୁଖ୍ୟମନ୍ତ୍ରୀ ନିର୍ମଳ ଭାବମୂର୍ତିକୁ ଜ୍ୱାଳାଞ୍ଜଳି ଦେବା ପାଇଁ କୁଜି ନେତା ମାନେ ପଛାଉ ନାହାଁନ୍ତି ।
(ରିପୋର୍ଟ- ଭିକୁ ନାୟକ। )