ଶେରଗଡ,୧୪/୦୧(ପିପିଟି); ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ଦୁଇମାସ ଆଗରୁ ଆବଶ୍ୟକ କାଗଜ ପତ୍ର ଦେଇ ଟୋକେନ ପାଇଁ ଆବେଦନ କରିଥିଲେ ଚାଷୀ ହେଲେ ଆଜି ପର୍ଯ୍ୟନ୍ତ ବଡ଼ ଚାଷୀଙ୍କୁ ଟୋକେନ ମିଳିନଥିବା ବେଳେ କିଛି ଚାଷୀଙ୍କ ଟୋକେନ ଥିଲେ ମଧ୍ୟ ଟାର୍ଗେଟ ପୁରା ହୋଇ ଗଲା କହି ଧାନ ଉଠା ଯାଉନି ଏପରି ଅଭିଯୋଗ ଆସିଛି ଖୋଦ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଶେରଗଡ଼ ବ୍ଳକର ସମସ୍ତ ଅଧିକାରୀଙ୍କୁ ବଡ ଚାଷୀ ମାନେ ଅଭିଯୋଗ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହାର ସମାଧାନ ହୋଇନି । ସରକାରଙ୍କ ନିର୍ଦ୍ଦେଶ କ୍ରମେ ଯଦି ଚାଷୀ ମାସେ ଭିତରେ ମଣ୍ଡିକୁ ଧାନ ନଦେବେ ତାହାହେଲେ ସେ ଆଉ ଧାନ ଦେଇ ପାରିବ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ ବ୍ଳକ କେତେବେଳେ ଇନ୍ଦିରା ଆବାସ ଦୁର୍ନୀତି ତ କେତେବେଳେ ଜଳ ପରିମଳ ବ୍ୟବସ୍ଥାର ଦୁର୍ନୀତିକୁ ନେଇ ଚର୍ଚ୍ଚିତ ଥିବା ବେଳେ ଏବେ ପୁଣିଥରେ ଚାଷୀଙ୍କ ସମସ୍ୟାକୁ ନେଇ ଚର୍ଚ୍ଚାରେ ଶେରଗଡ ବ୍ଳକ, ଖୋଦ ରାଇଜ ମୁଖୁଆ ଏଠାରୁ ପ୍ରତିନିଧି କରୁଛନ୍ତି କିନ୍ତୁ ବିଡମ୍ବନାର ବିଷୟ କିଛି ଚାଷୀଙ୍କ ଟୋକେନ ଆସିଛି ତ କିଛି ଚାଷୀଙ୍କ ଟୋକେନ ଆସିଥିଲେ ମଧ୍ୟ ମିଲର ମାନଙ୍କ ଟାର୍ଗେଟ ନାହିଁ । ଏହିପରି ଧର୍ମ କୁ ଆଖିଠାର ଭଳି ଚାଲିଛି ଖୋଦ ରାଇଜ ମୁଖିଆଙ୍କ ନିର୍ବାଚନ ମଣ୍ଡଳୀରେ ଧାନକିଣା । ଏପ୍ରକାର ପରିସ୍ଥିତି ଉପୁଜୁଛି କାରଣ ଏଠାରୁ ସେ ଜଣେ ବାହାରର ଲୋକଙ୍କୁ ପ୍ରତିନିଧ ଭାବେ ଥଇଥାନ କରିଛନ୍ତି ସେ ଶେରଗଡ ଜନସାଧାରଣଙ୍କ ସମସ୍ୟା ସମାଧାନ କରିବାରେ ଅକ୍ଷମ ଏଣୁ (୫ଟି)ଫାଇବିଟି ସଚିବ ଓ ଜିଲ୍ଲାପାଳ ମହୋଦୟଙ୍କୁ ଶେରଗଡ ବ୍ଲକ ର ରହିଯାଇଥିବା ପଚିଶ ଜଣ ବଡ ଚାଷୀଙ୍କ ସମସ୍ୟା ସମାଧାନ କରିବାରେ ସହାୟ ହୁଅନ୍ତୁ ନଚେତ ଆଗକୁ ଚାଷୀ ଆତ୍ମାହୁତି ଦେବା ଭଳି ପରିସ୍ଥିତି ଉପୁଜି ପାରେ !
(ରିପୋର୍ଟ- ଭିକୁ ନାୟକ। )