ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଧବଳପୁର ଠାରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣରେ ଅନିୟମିତତା।

0 3,277

ବ୍ରହ୍ମପୁର,୦୮/୧୨(ପିପିଟି); ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦୁର୍ନୀତି କହିଲେ ଗନ୍ଧ । ଦୁର୍ନୀତି ବିରୁଦ୍ଧରେ ଜିରୋ ଟଲରେନ୍ସ ଏବଂ ଦୁର୍ନୀତିକୁ ସେ ବରଦାସ୍ତ କରନ୍ତି ନାହିଁ ବୋଲି ଯାହା ଚର୍ଚ୍ଚା ତାହା ବାସ୍ତବରେ ସତ୍ଯ ନୁହେଁ। ଜଳ ହିଁ ଜୀବନ ସ୍ଲୋଗାନ ଫାଇଲ୍ ଭିତରେ। ଶେରଗଡ ବ୍ଲକ ଅନ୍ତର୍ଗତ ଧବଳପୁର ଗ୍ରାମରେ ଦଶ ବର୍ଷ ପୂର୍ବେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ନିର୍ମାଣ ସରିଥିଲେ ମଧ୍ୟ ଗାଁ କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ହୋଇପାରିଲା ନାହିଁ। ୨୦୦୯,୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନ ସରିଲା କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ବିଫଳ ଯୋଜନା ଉପରେ ନଜର ପଡିଲା ନାହିଁ। ପୁଣି ଆଉ ଏକ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ସରିଲା କିନ୍ତୁ ବିଦ୍ଯୁତ୍ ସଂଯୋଗ ନାହିଁ କି ମୋଟୋର ଲାଗିଲା ନାହିଁ। ଲୋକଙ୍କୁ ପନୀୟ ଜଳ ମିଳିଲା ନାହିଁ। ଠିକାଦାର ଓ ଯନ୍ତ୍ରୀ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ପ୍ରକଳ୍ପ ବିଫଳ ହେଲେ ମଧ୍ୟ ବିଲ୍ ପୈଠ ହେଲା। ଏହି ଭଳି ଦୁଇଟି ପ୍ରକଳ୍ପ ନିର୍ମାଣ ଓ ରକ୍ଷଣାବେକ୍ଷଣରେ ଦୁର୍ନୀତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ କିପରି ଜାଣିପାରିଲେ ନାହିଁ। ମୁଖ୍ୟମନ୍ତ୍ରୀଙ୍କ ସ୍ଥାନୀୟ ପ୍ରତିନିଧି ଓ ପ୍ରଶାସନ ମଧ୍ୟ କିପରି ଜାଣିପାରିଲେ ନାହିଁ ତାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ମୁଖ୍ୟମନ୍ତ୍ରୀ କହିଥିଲେ ଆପଣ ମାନେ ଦୁର୍ନୀତିକୁ ଗାଁରେ ଜଗନ୍ତୁ ମୁଁ ଭୁବନେଶ୍ଵରରେ ଜଗିବି। ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ଓ ରକ୍ଷଣାବେକ୍ଷଣରେ ବ୍ଯାପକ ଦୁର୍ନୀତି ହୋଇଛି। ଆଜି ପର୍ଯ୍ୟନ୍ତ ସମୀକ୍ଷା ହୋଇ ନାହିଁ କି କାହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ହୋଇ ନାହିଁ। ମୁଖ୍ୟମନ୍ତ୍ରୀଙ୍କ ଆନ୍ତରିକତା ନଥିବାରୁ ଅନେକ ଦୁର୍ନୀତି ହେଉଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀ ମାନେ ଚପାଇ ଦେବାରେ ସଫଳ ହେଉଛନ୍ତି।ଏହି ଦୁର୍ନୀତି ବିରୁଦ୍ଧରେ ତଦନ୍ତ ନହେଲେ ମାମଲା ହାଇକୋର୍ଟକୁ ଯିବାର ସମ୍ଭାବନା ରହିଛି।

Leave A Reply

Your email address will not be published.