ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ବାଲି ମାଫିଆ ଓ ଅଫିସରଙ୍କ ମଧୁଚନ୍ଦ୍ରିକା ।

0 1,422

ଶେରଗଡ଼,୨୮/୦୯(ପିପିଟି); ଲିଜ୍ ଅବଧି ସରିଲା ପରେ ବି ଅବାଧରେ ଚାଲିଛି ବାଲି ଉଠାଣ ଅନୟାସ ରେ ମାଫିଆ ମାନେ ଦିନ ଦି ପହରେ ଲୁଟୁଛନ୍ତି ବାଲି ଏପରି ଅଭିଯୋଗ ଆସିଛି ହିଞ୍ଜିଳି ନିର୍ବାଚନ ମଣ୍ଡଳୀରୁ । ଶେରଗଡ ତହସିଲ ଅଧୀନରେ ଥିବା ପିତ୍ତଳ ସର୍କଲର ସନ୍ତୋଷପୁର, ଗୋବିନ୍ଦପୁର ସର୍କଲ ର ଗୋଠଗାଁ, ଅଲାରି ଗଡ ସର୍କଲର ଲକ୍ଷ୍ମୀପୁର ଆଦି ଗ୍ରାମ ରେ ଥିବା ବାଲିଘାଟ ଗୁଡ଼ିକ ଦୀର୍ଘ ଦେଢ଼ ବର୍ଷ ହେଲା ଲିଜ ଅବଧି ଶେଷ ହୋଇ ଯାଇ ଥିଲେ ମଧ୍ୟ ଏଠାରୁ ବାଲି ଚୋରା ଚାଲାଣ ହେଉଥିବାରୁ ମାଫିଆ ଓ ଅଫିସର ମାଲେମାଲ ହେଉଥିବା ବେଳେ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହାନୀ ଘଟୁଥିବା ଅଭିଯୋଗ ହୋଇଛି ।ପ୍ରତିଦିନ ଶହ ଶହ ଗାଡି ଆନ୍ଧ୍ର ପ୍ରଦେଶରୁ ଆସି ହିଟାଚି ମେସିନ ଓ ଜେସିବି ଦ୍ବାରା ନଦୀର ବାଲି ଉଠାଇ ଚାଲୁଛନ୍ତି । ଏଥିପ୍ରତି ତହସିଲଦାରଙ୍କ କାର୍ଯ୍ୟାଳୟ ତରଫରୁ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ତହସିଲଦାରଙ୍କ ଭୂମିକାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି । ଏନେଇ ତହସିଲଦାରଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେ ଫୋନ ଉଠାଇ ନଥିବା ବେଳେ ପିତ୍ତଳ ରାଜସ୍ୱ ନିରୀକ୍ଷକ ଲିଜ ହୋଇଛି କି ନାହିଁ ସେ ଜାଣି ନଥିବା କହିଛନ୍ତି । ଅପରପକ୍ଷେ ବହୁବାର ଅଭିଯୋଗ କଲେ ମଧ୍ୟ ସୁଫଳ ମିଳୁନଥିବା ଏବଂ କିଛି ଅଘଟଣ ଘଟିଲେ ହିଁ ପ୍ରଶାସନ ଚେତିବ ବୋଲି ଗ୍ରାମବାସୀ କହିଛନ୍ତି । ଶୁଣିବାକୁ ମିଳୁଛି ଜଣେ ଜମି ମାଫିଆ ଶେରଗଡ ଅଞ୍ଚଳରେ ଏକବହୁମୁଲ୍ୟର ଜାଗା ଉପହାର ସ୍ବରୂପ ଦେଇଛନ୍ତି ଯାହାକି ସମ୍ପୃକ୍ତ ଅଧୁକାରୀଙ୍କ ପତ୍ନୀଙ୍କ ନାମରେ ରେଜିଷ୍ଟ୍ରେସନ ହୋଇଥିବା ନେଇ ରାସ୍ତା ଘାଟ ଚର୍ଚ୍ଚା ଜୋର ଧରିଛି । ଏହାର ତଦନ୍ତ କରାଗଲେ ପ୍ରକୃତ କଥା ଲୋକ ଲୋଚନ କୁ ଆସି ପାରିବ ବୋଲି ଜନ ସାଧାରଣ ମତ ଦେଇଛନ୍ତି । (ରିପୋର୍ଟ – ଭିକୁ ନାୟକ ।)

Leave A Reply

Your email address will not be published.