ଶେରଗଡ,୨୫/୦୯(ପିପିଟି); ମୁଖ୍ୟମନ୍ତ୍ରୀଙ୍କ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ ବ୍ଳକ । ବ୍ଳକ ଟି ସବୁବେଳେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି କେତେବେଳେ ବିହନର ଅଭାବ ତ କେତେବେଳେ ସାରର ଅଭାବକୁ ନେଇ ଏ ସବୁ ଭିତରେ ବଳି ପଡୁଥାଏ ବିଚାରା ଚାଷୀ ଯିଏକି ସମସ୍ତ ଜନସାଧାରଣ ଙ୍କ ପେଟକୁ ଦାନା ଯୋଗାଉଥାଏ । ବଡ ଦୁଃଖର ବିଷୟ ଏସବୁ ଭିତରେ ବର୍ଷା ବି ଦାଉ ସାଧୁଛି ବିଚାରା ଚାଷୀ ଉପରେ ବର୍ଷା ନଥିବା ଯୋଗୁଁ ବର୍ତ୍ତମାନ ରବିଫସଲ ପୋଡିବାକୁ ବସିଲାଣି । କାଁଭାଁ ଥିବା ବନ୍ଧ ଓ ନାଳ ଗୁଡିକରେ ଚାଷୀ ନିଜସ୍ବ ଖର୍ଚ୍ଚ ରେ ମୋଟର ଯୋଗେ ପାଣି ପକାଉଛନ୍ତି କିନ୍ତୁ ବର୍ଷା ନଥିବା ହେତୁ ମୋଟରରେ ପକାଉଥିବା ପାଣି ବି ସୁଖିଯାଉଛି । ମୁଖ୍ୟମନ୍ତ୍ରୀଙ୍କ କୋଡିଏ ବର୍ଷ ର ଶାସନ ଭିତରେ ଶେରଗଡ ବ୍ଳକ ରେ ଗୋଟିଏ ବି ଉଠାଜଳସେଚନ ପ୍ରକଳ୍ପ ହୋଇନାହିଁ । ବାଇଶି ଗୋଟି ପଞ୍ଚାୟତରେ ମାତ୍ର ହାତଗଣତି ଦଶରୁ ବାରଟି ଉଠାଜଳସେଚନ ପ୍ରକଳ୍ପ ଅଛି ସେଥି ମଧ୍ୟରୁ କିଛି ଅଚଳ ଉଠାଜଳସେଚନ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ ବାରଗୋଟି ପ୍ରକଳ୍ପ କାର୍ଯ୍ୟକ୍ଷମ ଅଛି ଓ କିଛି ନାବାର୍ଡକୁ ପଠାଯାଇଛି ଅନୁମୋଦନ ପାଇଁ ଯନ୍ତ୍ରୀ ଏଠାରେ ଛ ବର୍ଷ ଚାକିରି କରିବା ମଧ୍ୟରେ ଛ ଗୋଟି ନୂତନ ପ୍ରକଳ୍ପ କରିଛନ୍ତି । ଶେରଗଡ ବ୍ଳକ ରେ ୬ ହଜାର ୫ ଶହ ହେକ୍ଟର ଜଳସେଚିତ କୃଷି ଉପଯୋଗୀ ଜମି ଥିବା ବେଳେ ଆଠହଜାର ସାତଶହ ହେକ୍ଟର ଅଣଜଳସେଚିତ କୃଷି ଉପଯୋଗୀ ଜମି ଅଛି ତେଣୁ ଅଣଜଳସେଚିତ ଜମି ର କୃଷକ ମାନଙ୍କ ଅସୁବିଧାକୁ ନଜରରେ ରଖି ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଆଗକୁ କିପରି ଅଧିକରୁ ଅଧିକ ଉଠାଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରାଇବେ ସେ ଉପରେ ଗୁରୁତ୍ବ ଦେବେ ବୋଲି ଶେରଗଡ ବ୍ଳକର ଚାଷୀ ମାନେ ଦାବି କରୁଛନ୍ତି ନଚେତ ଆଗାମୀ ଦିନରେ ଦୁର୍ଭିକ୍ଷ ପଡିବାର ସମ୍ଭାବନା ଅଧିକ ରହିଛି । (ରିପୋର୍ଟ – ଭିକୁ ନାୟକ ।)