ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ବିର୍ସା ମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମ ଉଦଘାଟିତ ।

0 376

ଭୁବନେଶ୍ୱର,୦୫/୦୧: ଓଡ଼ିଶାରେ ବିଶ୍ୱକପ୍ ହକି ମ୍ୟାଚ ଆରମ୍ଭ ହେବାକୁ ଯାଉଥିବାବେଳେ ଆଜି ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡ଼ିୟମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ଏହାସହିତ ଯଦି ଭାରତ ବିଶ୍ୱକପ୍ ହକି ଜିତିବ ତା’ହେଲେ ପ୍ରତ୍ୟେକ ଭାରତୀୟ ହକି ଖେଳାଳିଙ୍କୁ ଏକ କୋଟି ଟଙ୍କା ଲେଖାଏଁ ପୁରସ୍କାର ରାଜ୍ୟ ସରକାର ଦେବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।ମୁଖ୍ୟମନ୍ତ୍ରୀଙ୍କ ସହ ଏହି କାର୍ଯ୍ୟକ୍ରମରେ ରାଜ୍ୟ କ୍ରୀଡ଼ା ମନ୍ତ୍ରୀ, ହକି ଇଣ୍ଡିଆର ସଭାପତି ଦିଲ୍ଲୀପ ତିର୍କୀ, ମୁଖ୍ୟମନ୍ତ୍ରୀଙ୍କ ବ୍ଯକ୍ତିଗତ ସଚିବ ଭି.କେ.ପାଣ୍ଡିଆନଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.