ମୁକ୍ତିଲାଭ କଲା କ୍ଷୁଦ୍ର ଚଳଚ୍ଚିତ୍ର “କରୋନାର ଅବାଞ୍ଛିତ ଉପହାର” 

0 193

ଭଞ୍ଜନଗର,ତା-୧୨/୧୦(ପିପିଟି); ଦକ୍ଷିଣ ଓଡ଼ିଶା ବରିଷ୍ଠ କଳାକାର ସଂଘ ଓ ସୁପ୍ରଭା ପ୍ରଡକ୍ସନର ମିଳିତ ଆନୁକୂଲ୍ୟରେ ରବିବାର ଭଞ୍ଜନଗର ଠାରୁ ୭କିଲୋମିଟର ଦୂର କଣ୍ଟେଇପଲି ଛକ ନିକଟ ମାଆ ଉଖୁଡେଇ କମ୍ୟୁନିଟି ହଲ ଠାରେ କ୍ଷୁଦ୍ର ଚଳଚ୍ଚିତ୍ର “କରୋନାର ଅବାଞ୍ଛିତ ଉପହାର” ମୁଖ୍ୟ ଅତିଥିଙ୍କ ଦ୍ଵାରା ଉନ୍ମୋଚିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଦକ୍ଷିଣ ଓଡ଼ିଶା ବରିଷ୍ଠ କଳାକାର ସଂଘର ମହାସଚିବ ଡକ୍ଟର ତିରୁପତି ସାହୁ,ସମ୍ପାଦକ ସୁବାଷ ଚନ୍ଦ୍ର ସାହୁ,ମୁଖ୍ୟ ବକ୍ତା ପୂର୍ବତନ କଲେଜ ଅଧ୍ୟକ୍ଷ କୃତ୍ତିବାସ ବିଶ୍ୱାଳ, ଶିକ୍ଷାବିତ ବନମାଳୀ ଲେଙ୍କା,ବରିଷ୍ଠ ନାଟ୍ୟକାର ପ୍ରଫୁଲ୍ଲ କୁମାର ବେହେରାଙ୍କ ସମେତ ଏହି ନାଟକର ନାଟ୍ୟକାର ସୁରେନ୍ଦ୍ର କୁମାର ଜେନା ମଞ୍ଚାସିନ ଥିଲେ । ସାମ୍ପ୍ରତିକ ପରିସ୍ଥିତିରେ କରୋନା କିଭଳି କଳାକାର ମାନଙ୍କ ପେଷାକୁ ବଦଳାଇ ନୂତନ ପନ୍ଥାକୁ ନେଇ ବଞ୍ଚିବା ପାଇଁ ସଂଘର୍ଷ କରୁଥିବା ବିଷୟ ପ୍ରଦର୍ଶିତ ହୋଇଛି। ଏହା ସମାଜ ଉପରେ ପ୍ରଭାବ ପକାଇବା ସହ ଚାରିଆଡେ ଚର୍ଚ୍ଚିତ ହେବ ବୋଲି ଅତିଥିମାନେ କହିଥିଲେ। ଏଥିରେ ଜୟନ୍ତ ବେହେରା ନିର୍ଦ୍ଦେଶନା ଦେଇଥିବା ବେଳେ ଗୁଡ଼ି, ଜେକେ ପଟ୍ଟନାୟକ,ସୁବାଷ, ସୁରେନ୍ଦ୍ର, ଶିଶିର, ଚିରଞ୍ଜିବି, ଟିକିଲି, ପୂଜା, ଅଙ୍କିତା ଓ ଅନ୍ୟ କଳାକାର ମାନେ ଅଭିନୟ କରିଛନ୍ତି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.