ତିର୍ତ୍ତୋଲ,୦୮/୧୦(ପିପିଟି);ଆଜି ତିର୍ତ୍ତୋଲ ବ୍ଲକ କାର୍ଯ୍ୟାଳୟ ପରିସରରେ ମିଶନ ଶକ୍ତି ତଥା ଓଡ଼ିଶା ଜୀବିକା ମିଶନ ଆନୁକୁଲ୍ୟରେ ଏକ ବ୍ୟାଙ୍କ ଋଣ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ମେଳାରେ ବିଭିନ୍ନ ବ୍ୟାଙ୍କ ଅଧିକାରୀ, ବିଭିନ୍ନ ପଞ୍ଚାୟତର ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟାଵୃନ୍ଦ ଯୋଗ କରିଥିଲେ । ମଞ୍ଚାସୀନ ଅତିଥି ଭାବେ ତିର୍ତ୍ତୋଲ ବିଡ଼ିଓ ଅଟଳ ବିହାରୀ ସ୍ଵାଇଁ , ଵ୍ଲକ୍ ଅଧ୍ୟକ୍ଷା ସୁଜାତା ମହାନ୍ତି, ଉପାଧ୍ୟକ୍ଷ ଆଶିଷ ସେଠୀ, ସମନ୍ଵିତ ଶିଶୁ ବିକାଶ ଅଧିକାରୀ ପ୍ରମୁଖ ଯୋଗଦାନ କରି ବ୍ୟାଙ୍କ ଋଣ ମାଧ୍ୟମରେ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନେ କିପରି ନିଜକୁ ଉପାର୍ଜନକ୍ଷମ କରିପାରିଛନ୍ତି ତାହାର ଦୃଷ୍ଟାନ୍ତମୂଳକ ଉଦାହରଣ ଦେଇ ବର୍ଣ୍ଣନା କରିବା ସହ ଠିକ୍ ସମୟରେ ବ୍ୟାଙ୍କ ଋଣ ପରିଶୋଧ ଓ ଏହାର ଉପକାରିତା ସମ୍ବନ୍ଧରେ ମତ ପ୍ରକାଶ କରିଥିଲେ ।
(ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି ।)