ମିଳୁନାହିଁ ଲେବର କାର୍ଡ ସହାୟତା ରାଶି ।

0 654

ପୋଲସରା,(ପିପିଟି ନ୍ଯୁଜ୍)୧୮/୦୪-କରୋନା ସମୟରେ ସରକାର ଘୋଷଣା କରିଛନ୍ତି ଲେବରକାର୍ଡ ଧାରୀଙ୍କ ୧୫ ଶହ ଟଙ୍କା ସହାୟତା ଯୋଗାଇ ଦିଆଯିବ। ଏହାର ବିପର୍ଯ୍ୟୟ ଦେଖିବାକୁ ମିଳିଛି ପୋଲସରା ବ୍ଲକ ବନ୍ଥପଲ୍ଲୀ ପଞ୍ଚାୟତର ବନ୍ଥପଲ୍ଲୀ ଗ୍ରାମରେ । ପ୍ରାୟ  ୫୦୦୦ ଲେବରକାର୍ଡ ଥିବା ବେଳେ ୪୧୭ ଜଣକୁ ଆଜି ପଞ୍ଚାୟତ ନିର୍ବାହୀ ଅଧିକାରୀ ୧୫ଶହ ଟଙ୍କା ବଣ୍ଟନ କରୁଥିବା ବେଳେ ଲୋକମାନେ ଅନ୍ୟ କାର୍ଡ ଧାରୀକୁ କାହିଁକି ମିଳୁନଥିବା ପ୍ରଶ୍ନ କରିଥିଲେ।  ଏହି ଘଟଣାକୁ ନେଇ ଟଙ୍କା ପାଇ ନଥିବା ହିତାଧିକାରୀ ମାନେ ଅସନ୍ତୋଷ ହୋଇ ଗ୍ରାମର ମଧ୍ୟରେ ବୁଲୁଥିବା ଦେଖିବାକୁ ମିଳିଛି ।ସରକାରଙ୍କ ଘୋଷଣା ପ୍ରବଳ,ଅନୁଦାନ ଦୁର୍ବଳ ! ଗୋଟିଏ ପଞ୍ଚାୟତରେ ୫ ହଜାର ଶ୍ରମିକ କାର୍ଡ ଥିବାବେଳେ ୪୧୭ ଜଣଙ୍କୁ ସହାୟତା ପ୍ରଦାନ ନିଶ୍ଚିତ ଭାବରେ ବିବାଦ ସୃଷ୍ଟି କରିବ ବୋଲି ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ ପକ୍ଷରୁ କୁହାଯାଇଛି । ତୁରନ୍ତ ସମସ୍ତ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରାଯାଉ ବୋଲି ଫରୱାର୍ଡ ବ୍ଲକ୍ ଦାବି କରିଛି ।
ରିପୋର୍ଟ – ନୃସିଂହ ନାଥ ସ୍ବାଇଁ ।

Leave A Reply

Your email address will not be published.