ଭଞ୍ଜନଗର,୦୨/୦୯(ପିପିଟି);ଅବକାରୀ କମିଶନର ଆଶିଷ ସିଂ ଓ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏବଂ ଜିଲ୍ଲା ଅବକାରୀ ଅଧିକ୍ଷକ ରାଜେନ୍ଦ୍ର ଭତ୍ରାଙ୍କ ନିର୍ଦ୍ଦେଶ କ୍ରମେ ଭଞ୍ଜନଗର ଥାନା ଅଞ୍ଚଳରେ ପୋଲିସ ଓ ଅବକାରୀ ବିଭାଗର ମିଳିତ ଧରପଗଡ଼ କରାଯାଇଛି। ଆସ୍କା ଅବକାରୀ ଥାନାଧିକାରୀ ଧୀରେନ କୁମାର ବେହେରାଙ୍କ ନେତୃତ୍ୱରେ ଏକ ମିଳିତ ଟିମ ଗୁରୁବାର ଭଞ୍ଜନଗର ଥାନା ଅଞ୍ଚଳର ନାହାତୋଟା ସାହି,ବଡ ମରାଠୀ ସାହି,ବିରିପଦର, ମୁଜାଗଡ଼, ଭାଲୁଗାଡ଼ିଆ ଓ ନନ୍ଦିନୀପଲି ଆଦି ସ୍ଥାନରେ ଚଢ଼ାଉ କରି ସେଠାରୁ ୪୨୦୦ ଲିଟର ଗୁଡ଼ ମିଶ୍ରିତ ପୋଚ ନଷ୍ଟ କରିବା ସହ ୨୦୫ ଲିଟର ଦେଶୀ ମଦ ଓ ବ୍ୟବହୃତ ସାମଗ୍ରୀ ଜବତ କରିଛି। ଏହି ବେଆଇନ କାରବାରରେ ଜଡିତ ଥିବା ଅଭିଯୋଗରେ ୫ଗୋଟି ମାମଲା ରୁଜୁ ହୋଇଥିବା ବେଳେ ୪ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଆଗାମୀ ଦିନରେ ଏହି ବେଆଇନ କାରବାରକୁ ରୋକ ଲଗାଇବାକୁ ଚଢ଼ାଉକୁ ବ୍ୟାପକ କରାଯିବ ବୋଲି ଭଞ୍ଜନଗର ଅବକାରୀ ଓଆଇସି ରମ୍ଭା ବାଗ୍ ପ୍ରକାଶ କରିଛନ୍ତି। ଚଢ଼ଉରେ ଅବକାରୀ ଗୁଇନ୍ଦା ଏସଆଇ ସୁଦର୍ଶନ ବିଷୋୟୀଙ୍କ ସମେତ ଭଞ୍ଜନଗର ପୋଲିସ ଓ ଅବକାରୀ କର୍ମଚାରୀ ମାନେ ସାମିଲ ହୋଇଥିଲେ ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )