ଭଞ୍ଜନଗର,୨୪/୦୬(ପିପିଟି) : ଭଞ୍ଜନଗର ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଭାରପ୍ରାପ୍ତ ତହସିଲଦାର ନିହାର ରଞ୍ଜନ ବେହେରାଙ୍କ ନେତୃତ୍ୱରେ ଶୁକ୍ରବାର ଭଞ୍ଜନଗର ଅବକାରୀ ବିଭାଗ ଓ ପୋଲିସ ପକ୍ଷରୁ ସହରର ବିଭିନ୍ନ ଦେଶୀ ମଦ ଭାଟିରେ ଚଢ଼ାଉ କରାଯାଇଛି। ଏଥିରେ ୫୦୦ ଲିଟର ରୁ ଉର୍ଦ୍ଧ୍ବ ଗୁଡ଼ ମିଶ୍ରିତ ପୋଚ ନଷ୍ଟ କରାଯାଇଥିବା ବେଳେ ୮୫ ଲିଟର ଦେଶୀ ହାତ ରନ୍ଧା ମଦ ଓ ବ୍ୟବହୃତ ସାମଗ୍ରୀ ଜବତ ହୋଇଛି। ଏହି ବେଆଇନ କାରବାରରେ ସମ୍ପୁର୍କ୍ତ ଅଭିଯୋଗରେ ଘଟଣା ସ୍ଥଳରୁ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଓଆଇସି ରମ୍ଭା ବାଗ ସୂଚନା ଦେଇଛନ୍ତି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )