ମିତଲ୍ ଟ୍ୟୁଟୋରିଆଲ୍ ର ସଫଳତା ; ଜାତୀୟ ମେଧାବୃତ୍ତି ପରୀକ୍ଷାରେ ଛାତ୍ରୀଙ୍କ କୃତିତ୍ଵ ।

0 191

ବେଲଗୁଣ୍ଠI,ତା-୨୪/୦୬(ପିପିଟି); ବେଲଗୁଣ୍ଠI ବ୍ଲକ୍ ଅନ୍ତର୍ଗତ କ୍ଷତ୍ରିୟବରପୁର ସ୍ଥିତ ମିତଲ୍ ଟ୍ୟୁଟୋରିଆଲ୍ ରେ ପଢୁଥିବା ଛାତ୍ରୀ ପାୟଲ ପ୍ରଧାନ ୮୭ ନମ୍ବର ରଖି  ଜାତୀୟ ମେଧା ବୃତ୍ତି ପରୀକ୍ଷାରେ କୃତିତ୍ଵ ଅର୍ଜନ କରିଛନ୍ତି । ପାୟଲ ପାଇଲିପଡ଼ା ପଞ୍ଚାୟତ ଅନ୍ତର୍ଗତ କେ. ନୂଆଗଡ ଗ୍ରାମର ପ୍ରଭାକର ପ୍ରଧାନଙ୍କ ଝିଅ । ସେହିପରି ଏହି ଟ୍ୟୁଟୋରିଆଲ୍ ରେ ପଢୁଥିବା ଶିବାନନ୍ଦ ଖଟୁଆ, କୁମାରୀ ସୁହାନୀ ତ୍ରିପାଠୀ, ଜସ୍ମୀନ ସ୍ଵାଇଁ, ଚିନ୍ମୟୀ ନାୟକ ଷଷ୍ଠ ଶ୍ରେଣୀ ନାମ ଲେଖା ପାଇଁ ଓଡିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ ଉତୀର୍ଣ୍ଣ  ହୋଇ ବିଦ୍ୟାଳୟରେ ନାମ  ଲେଖାଇଛନ୍ତି । ସମସ୍ତ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଅଭିଭାବକ ଏହି ସଫଳତାର ଶ୍ରେୟ  ଟ୍ୟୁଟୋରିଆଲ୍ ଅଧ୍ୟକ୍ଷ ଗଙ୍ଗାଧର ରଣା ଏବଂ ଟ୍ୟୁଟୋରିଆଲ୍ ର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଦେଇଥିବା ବେଳେ ଅଧ୍ୟକ୍ଷ ଶ୍ରୀ ରଣା କିନ୍ତୁ ସମସ୍ତ ଶ୍ରେୟ ଛାତ୍ରଛାତ୍ରୀମାନଙ୍କ କଠିନ ପରିଶ୍ରମ ଏବଂ ଅଭିଭାବକମାନଙ୍କ ସହଯୋଗକୁ ଦେଇଛନ୍ତି । ଅଧ୍ୟକ୍ଷ ଶ୍ରୀ ରଣା ଆଗାମୀ ଦିନରେ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀମାନଙ୍କୁ ଟ୍ୟୁଟୋରିଆଲ୍ ରେ ଉନ୍ନତ କୌଶଳରେ ଶିକ୍ଷାଦାନ ଦେବା ସହ ଏହି ସଫଳତା ଧାରା ଜାରି ରଖିବାକୁ ସୂଚନା ଦେଇଛନ୍ତି । ମିଳିଥିବା ଖବର ଅନୁଯାୟୀ ବର୍ତ୍ତମାନ କରୋନା ଜନିତ ଲକ୍ ଡ଼ାଉନ୍ ଓ ସଟ୍ ଡ଼ାଉନ୍ ଘୋଷଣା ଯୋଗୁଁ ଟ୍ୟୁଟୋରିଆଲ୍ ବନ୍ଦ ଥିବାରୁ ଏହାର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ମୋବାଇଲ, ହ୍ଵାଟ୍ସପ ଏବଂ ଭିଡିଓ କଲ୍ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ ଦେଉଛନ୍ତି ।
ରିପୋର୍ଟ – ଶିବରାମ ଚୌଧୁରୀ ।

Leave A Reply

Your email address will not be published.