ମା ହନୁମନ୍ତ ନାରାୟଣୀ ଭଲିବଲ ଟୁର୍ନାମେଣ୍ଟ ଉଦ୍‌ଘାଟିତ ।

0 409

କୋଦଳା,୧୫/୦୬(ପିପିଟି):ପବିତ୍ର ରଜସଂକ୍ରାନ୍ତି ଅବସର ରେ କୋଦଳା ତହସିଲ ପଡିଆ ଠାରେ ବହୁ ପ୍ରତିକ୍ଷିତ (ରାତ୍ରିକାଳୀନ )ମା ହନୁମନ୍ତ ନାରାୟଣୀ ଭଲିବଲ ଟୁର୍ନାମେଣ୍ଟ ଉଦଘାଟିତ ହୋଇଯାଇଛି । ମିଥୁନ ପ୍ରଧାନ ଓ ସାଥୀଙ୍କ ଦ୍ୱାରା ଆୟୋଜିତ ଏହି ଦୁଇଦିନିଆ ଖେଳ କାର୍ଯ୍ୟକ୍ରମକୁ ଶ୍ରବଣ ସେବା ଅନୁଷ୍ଠାନର ସଭାପତି ବନି ପ୍ରଧାନ ଆନୁଷ୍ଠାନିକ ଭାବେ ଉଦଘାଟିତ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ କୋଦଳା ଯୁବ ବିଜେଡି ସଭାପତି ସୁଦାମ ମହାନ୍ତି, ସମ୍ମାନିତ ଅତିଥି ଭାବେ ଶିକ୍ଷକ ଜନାର୍ଦନ ଆଚାରୀ ଉପସ୍ଥିତ ରହିଥିଲେ । ଆଜି ରାତ୍ର ଚାରିଗୋଟି ମେଚ ହେବାକୁ ଥିବାବେଳେ ଉଦଘାଟନି ମେଚ ଫାସି ଏବଂ ଆସ୍କା ମଧ୍ୟରେ ଆରମ୍ଭ ହୋଇଥିଲା । ସ୍କୋରର ଆଶିଷ କୁମାର ଡାକୁଆ ରହିଥିବା ବେଳେ ଭାଷ୍ୟକାର ଭାବେ ସାମ୍ବାଦିକ ବଳରାମ ପୋଲାଇ କାର୍ଯ୍ୟକ୍ରମ ତୁଲାଇଥିଲେ । ଖେଳ ଦେଖିବା ପାଇଁ ବହୁ ଖେଳପ୍ରେମୀ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ। )

Leave A Reply

Your email address will not be published.