ମା ସରସ୍ଵତୀ ଶିଶୁ ମନ୍ଦିରରେ ଏକାଦଶ ତମ ବାର୍ଷିକ ଉତ୍ସବ ।

0 273

ବେଲଗୁଣ୍ଠା,୦୫/୦୨(ପିପିଟି): ନିକଟସ୍ଥ କୋକୋଲବା ମା ସରସ୍ଵତୀ ଶିଶୁ ମନ୍ଦିର ପରିସରରେ ଏକାଦଶ ତମ ବାର୍ଷିକ ଉତ୍ସବ ମହାମଣ୍ଡଳେଶ୍ୱର ମହନ୍ତ କମଳା କାନ୍ତ ଦାସ ମହାରାଜଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଅଛି । ଚୈତନ୍ୟ ମଠରୁ ଆସିଥିବା ମହାରାଜଙ୍କ ଅଶ୍ରୁ ବଚନ ଶୁଣିବାକୁ ଗ୍ରାମର ବହୁ ଦର୍ଶନା ଭିଳାଶି ଏକତ୍ରିତ ହେବା ଦେଖିବାକୁ ମିଳିଥିଲା। ମୁଖ୍ୟ ବକ୍ତା ଭାବେ ପ୍ରଭାତ ଚନ୍ଦ୍ର ଦଳବେହେରା ଯୋଗ ଦେଇ ଶିଶୁ ମାନଙ୍କ ଉନ୍ନତୀ ପାଈଁ ଗୁରୁଜୀ ଗରୁମା ମାନଙ୍କ ଅକ୍ଲାନ୍ତ ପରିଶ୍ରମ ଏକାନ୍ତ କାମ୍ୟ ବୋଲି ଯୁକ୍ତି ବାଢ଼ିଥିଲେ। ହାଇସ୍କୁଲ ପ୍ରଧାନ ଶିକ୍ଷକ ପିତାମ୍ବର ପାଢ଼ୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଅନୁଷ୍ଠାନ ରେ ହେଉଥିବା କାର୍ଯ୍ୟକ୍ରମ ଅତି ଉଚ୍ଚ କୋଟିର ବୋଲି ଦର୍ଶାଇ ଥିଲେ। ଅନ୍ୟତମ ଅତିଥି ଭାବେ ପୂର୍ବତନ ସରପଞ୍ଚ ନିର୍ମଳ ନାୟକ ଯୋଗ ଦେଇ ଆଜିର ଶିଶୁ ଆସନ୍ତା କାଲି ର ଭବିଷ୍ୟତ ବୋଲି ମତ ଦେଇଥିଲେ। ଏହି ଅବସରରେ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ଏବଂ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନର ସଂପାଦକ ପ୍ରକାଶ ବିଷୋୟୀ,ସଂଗଠକ ମୃତୁଞ୍ଜୟ ବିଷୋୟୀ ଅନୁଷ୍ଠାନର ସଂପାଦକ ଭିକାରୀ ସେଠୀ ଓ ପ୍ରଧାନ ଅଚର୍ଯ୍ୟା ପିଙ୍କି ପ୍ରଧାନ ପରିଚାଳନା କରିଥିଲେ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.