ରାୟଗଡା,୧୦/୦୫(ପିପିଟି); ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକର ମା ମାଝିଗୌରୀ ମହିଳା ମହାସଂଘ କରୋନାମହାମାରୀକୁ ଦୃଷ୍ଟିରେ ରଖି ଗରୀବ, ଅସହାୟ ମାନଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରିଥିଲେ।ଏହି ବ୍ଲକର ପାରୀକ୍ଷିତି ଓ ଗୋସାଇଁ ଗୁଲୁମୁଣ୍ଡା ପଞ୍ଚାୟତର ଅସହାୟ ବ୍ୟକ୍ତିଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା।ଆଗାମୀ ଦିନରେ ଅନ୍ୟାନ୍ୟ ପଞ୍ଚାୟତରେ ମଧ୍ୟ ଏହି କାର୍ଯ୍ୟକ୍ରମ କରାଯିବ ବୋଲି ମହାସଂଘ ପକ୍ଷରୁ କୁହାଯାଇଛି। ଏହି ଖାଦ୍ୟ ସାମଗ୍ରୀ ମଧ୍ୟରେ ଚାଉଳ, ସୋୟବିନ,ଚିନି ଓ ଚାହାଗୁଣ୍ଡ ବଣ୍ଟନ କରାଯାଇଛି। ରାମନାଗୁଡ଼ା ସିଡିପିଓ ଶାନ୍ତିଲତା ରଥ,ପାରୀକ୍ଷିତି ସରପଞ୍ଚ ଗାୟତ୍ରୀ ମାଣ୍ଡାଙ୍ଗୀ,ଗୋସେଇଁ ଗୁଲୁମୁଣ୍ଡା ସରପଞ୍ଚ ଦେବୀ ନିମାଲାଙ୍କ ତତ୍ୱାବଧାନରେ ମହାସଂଘ ସଭାନେତ୍ରୀ ଆରତୀ ମୁଟିକା,ସମ୍ପାଦିକା ସଂଗୀତା ପ୍ରଧାନ,କୋଷାଧ୍ୟକ୍ଷା ପୁଷ୍ପାଞ୍ଜଳି ସାହୁ ଓ ସଭ୍ୟା ସୁଶୀଳା ମହାପାତ୍ର ଉପସ୍ଥିତ ରହି ବଣ୍ଟନ କରିଥିଲେ। ଅଙ୍ଗନୱାଡ଼ି କର୍ମୀ ବିମଳା ପେଦିନା,ଆଶାକର୍ମୀ ଉଷାରାଣୀ ପେଦିନା ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା। ମିଶନଶକ୍ତି ବ୍ଲକ ପ୍ରକଳ୍ପ ସଂଯୋଜକ ଲଜର ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ।
(ରିପୋର୍ଟ- ନବୀନ ନାୟକ ବେହେରା। )