ମା’ ବୁଢ଼ୀ ଠାକୁରାଣୀ ଭଜନ ଆଲବମ୍ ର ଶୁଭ ମହୁରତ ।

0 250

ବ୍ରହ୍ମପୁର,୦୫/୦୪((ପିପିଟି); ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଉପଲକ୍ଷେ ବ୍ରହ୍ମପୁର ର ‘ପି.ପି.ପ୍ରଡକ୍ସନ୍’ ପ୍ରଯୋଜିତ ଭଜନ ଆଲବମ୍ “ହେ ମା’ ଜଗତ ଜନନୀ”ର ଶୁଭ ମହୁରତ ଠାକୁରାଣୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆଲବମ୍ ଟିର ଗୀତ ଗୁଡ଼ିକୁ ନାଟ୍ୟକାର ତ୍ରିପାଠି ନାୟକ ଓ ଡି. ଲକ୍ଷ୍ମଣ ରାଓ ରଚନା କରିଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ଇଂ. ମନୋଜ ଦଣ୍ଡପାଟ । ନୃତ୍ୟ ନିର୍ଦ୍ଦେଶନା ଦାୟିତ୍ଵ ବହନ କରିଛନ୍ତି ବରିଷ୍ଠ ନୃତ୍ୟ ନିର୍ଦ୍ଦେଶକ ରମେଶ ରଣା । ଏଥିରେ ବିଭିନ୍ନ ଭୂମିକାରେ ସର୍ବଶ୍ରୀ ତ୍ରିପତି ନାୟକ, ସୁବାସ ଚନ୍ଦ୍ର ସାହୁ ରୋଶନ୍, ଡଃ. ମିହୀର ତ୍ରିପାଠୀ ପ୍ରମୁଖ ବହୁ ସୁନାମଧନ୍ୟ କଳାକାର । କାର୍ଯ୍ୟକ୍ରମ ପରିଚାଳନାରେ ପ୍ରଶାନ୍ତ ପାତ୍ର, ଲିକୁ ଓ କୋକୋ ସହଯୋଗ କରିଥିବା ବେଳେ ମହୁରତ ବେଳେ ରଞ୍ଜିତ ପଣ୍ଡା, ଅମୂଲ୍ୟ ରଞ୍ଜନ ସାହୁ, ବଦ୍ରି ନାରାୟଣ ନାୟକ, ଚିତ୍ରସେନ ମହାପାତ୍ର, ପ୍ରଦୀପ କୁମାର ସାହୁ, କୃଷ୍ଣ ଚନ୍ଦ୍ର ପଣ୍ଡା, ରବୀନ୍ଦ୍ର କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ ଆଲବମ୍ ଟି ଚଳିତ ମାସ ଠାକୁରାଣୀ ଯାତ୍ରା ଅବସରରେ ଲୋକାର୍ପିତ ହେବ ।

Leave A Reply

Your email address will not be published.