ମାୟାବର୍ହା ହାଇସ୍କୁଲରେ“ବାଲ୍ୟ ବିବାହକୁ ନାଁ” କାର୍ଯ୍ୟକ୍ରମ ଅନୁଷ୍ଠିତ ।

0 234

ଉଲୁଣ୍ଡା,୦୨/୦୪(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ମାୟାବର୍ହା ହାଇସ୍କୁଲରେ ଏକ ଦିବସୀୟ “ବାଲ୍ୟ ବିବାହକୁ ନାଁ କାର୍ଯ୍ୟକ୍ରମ” ଅନୁଷ୍ଟିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ମନୋଜ କୁମାର ପୂଜାରୀ ସଭାରେ ଅଧ୍ୟକ୍ଷତା ଏବଂ ରାଜ୍ୟପୁରସ୍କାର ପ୍ରାପ୍ତ ଶିକ୍ଷକ ତଥା ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତଙ୍କ ପରିଚାଳନାରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବରେ ଡୁଙ୍ଗୁରିପାଲି ସିଡିପିଓ ଜୟନ୍ତୀ ଗଡତିଆ, ସମ୍ମାନୀତ ଅତିଥି ଭାବରେ ଅତିରିକ୍ତ ଏବିଇଓ ଗଂଜୁଲୁ ମିର୍ଦ୍ଧା, ବଟକୃଷ୍ଣ ପାଢୀ, ଡା.ଆଶିଷ କୁମାର ଗୋଏଲ, ମାୟାବର୍ହା ସରପଞ୍ଚ ପ୍ରମୋଦିନୀ ଯୁଆଡି ପ୍ରମୁଖ ଯୋଗଦାନ କରି ମତବ୍ୟକ୍ତ କରିଥିଲେ । ଶିଶୁ ମାନଙ୍କ ମୁଖ୍ୟ ଚାରିଗୋଟି ଅଧିକାର ଏବଂ ଆବଶ୍ୟକୀୟ କର୍ତ୍ତବ୍ୟ ବିଷୟରେ ସମବେତ ଛାତ୍ରଛାତ୍ରୀ ତଥା ଅଭିଭାବକ ମାନଙ୍କୁ ଅତିଥି ବୃନ୍ଦ ଏବଂ ସାଧନକର୍ମୀମାନେ ମାର୍ଗଦର୍ଶନ କରିଥିଲେ ଏବଂ ସୁବର୍ଣ୍ଣପୁର ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ ଜିଲ୍ଲା ରୂପରେ ପରିଣତ କରିବାରେ ସମସ୍ତେ ଯୋଗଦାନ କରିବାକୁ ଆହ୍ୱାନ କରିଥିଲେ । ନବମ ଶ୍ରେଣୀ ଛାତ୍ରୀ ଜ୍ୟୋସ୍ନା  ସଚତେନ ଧର୍ମି ଡ୍ୟାନସ ପ୍ରଦର୍ଶନ କରିଥିବା ବେଳେ ରମିଝିମ କାର୍ଯ୍ୟକ୍ରମ ସଂପର୍କିତ ନିଜସ୍ୱ ମତାମତ ଓ ଅଭିଜ୍ଞତା ବର୍ଣ୍ଣନା କରିଥିଲେ । ଶିକ୍ଷକ ନନ୍ଦିଘୋଷ ବାରିକ ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ଶିକ୍ଷକ ପ୍ରହଲ୍ଲାଦ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଅଙ୍ଗନୱାଡି ୱାର୍କର, ଅଭିଭାବକ, ଅଭିଭାବିକା, ଛାତ୍ରଛାତ୍ରୀ  ଧରିତ୍ରୀ, ରୋଜିସ୍ମିତା, ଜସମିନ, ଟିକେଶ୍ୱରୀ,  ଅମୃତା, , ସଂଜନା, ନିକିତା , ଚନ୍ଦନ, ଶୁଭମ , ଆୟୁଷ, ସଂଜୀବ ପୂଜାରୀ, ମୀନକେତନ ଦାଶ , ବିଭିଷଣ ଖମାରୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)

Leave A Reply

Your email address will not be published.