ମାଲ୍ୟବନ୍ତ ମହୋତ୍ସବ ଦର୍ଶକମାନଙ୍କ ପାଇଁ ପାର୍କିଂ ବ୍ଯବସ୍ଥା ।

0 238

ମାଲକାନଗିରି,୧୩/୦୧(ପିପିଟି): ମାଲ୍ୟବନ୍ତ ମହୋତ୍ସବକୁ ସରସ ସୁନ୍ଦର ଭାବେ ପାଳନ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଅଛି। ଏ ନେଇ ଆଜି ଉପଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଣ୍ଡୁ ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ବିଷୟରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି। ଶାନ୍ତି ଶୃଙ୍ଖଳାକୁ ଧ୍ୟାନରେ ରଖି ଯାନବାହାନ ନିୟନ୍ତ୍ରଣ କରିବା ପାଇଁ ସହରର ବିଭିନ୍ନ ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ଆମନ୍ତ୍ରିତ ଅତିଥିଙ୍କ ନିମନ୍ତେ ସର୍କିଟ ହାଉସ ଠାରେ ସାଂସ୍କୃତିକ ଦଳ ନିମନ୍ତେ ବେଙ୍ଗଲୀ ବିଦ୍ୟାଳୟ,ନିର୍ବାଚିତ ଜନ ପ୍ରତିନିଧିଙ୍କ ନିମନ୍ତେ ସୁଧାର ଗୃହ ସମ୍ମୁଖରେ ଏବଂ ଗଣମାଧ୍ୟମର ପ୍ରତିନିଧିଙ୍କ ନିମନ୍ତେ ସିଡିଏମଓ କାର୍ଯ୍ୟାଳୟ ସମ୍ମୁଖସ୍ଥ ଭଲିବଲ୍ ଖେଳ ପଡିଆରେ ବ୍ୟବସ୍ଥା କରାଯାଇଛି। ଅତ୍ୟାବଶ୍ୟକୀୟ ସେବା ନିମନ୍ତେ ଡିଏନକେ ପଡିଆର ପ୍ରସ୍ଥାନ ପଥ ନିକଟରେ ପାର୍କିଂ ସୁବିଧା କରାଯାଇଅଛି। କାଳିମେଳା ଅଂଚଳରୁ ଆସୁଥିବା ଯାତ୍ରୀଙ୍କ ନିମନ୍ତେ କେନ୍ଦ୍ରୀୟ ବିଦ୍ୟାଳୟ କିମ୍ବା ଆଦିବାସୀ ସଂଗ୍ରହାଳୟ ଠାରେ ବ୍ୟବସ୍ଥା କରାଯାଇଛି। ବାଲିମେଳା, ମାଥିଲି ଓ ସୁକୁମା ଅଞ୍ଚଳର ଯାତ୍ରୀଙ୍କ ପାଇଁ ଆଇଏମଏସଟି କେନାଲ ଛକ ନିକଟରେ ସୁବିଧା କରାଯାଇଅଛି। ବାଲିମେଳା ଅଞ୍ଚଳରୁ ଆସୁଥିବା ଦୁଇ ଚକିଆ ଯାନ ନିମନ୍ତେ ସୁଧାର ଗୃହ ନିକଟରେ ପାର୍କିଂ ବ୍ୟବସ୍ଥା ହୋଇଛି। ମାଥିଲି ଓ ସୁକୁମା ଅଞ୍ଚଳରୁ ଦୁଇ ଚକିଆ ଯାନରେ ଆସୁଥିବା ଯାତ୍ରୀ ମାନେ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ନିକଟସ୍ଥ ଆଇସିସିଆଇ ବ୍ୟାଙ୍କ୍ ନିକଟରେ ବ୍ୟବସ୍ଥା କରାଯାଇଅଛି। ସରକାରୀ କର୍ମଚାରୀଙ୍କ ନିମନ୍ତେ ଜିଲ୍ଲା ପରିଷଦ ସମ୍ମୁଖରେ ଥିବା ପୁରୁଣା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ବ୍ୟବସ୍ଥା କରାଯାଇଛି। ରାତିରେ ଯାଉଥିବା ବସ ଗୁଡ଼ିକୁ ବସଷ୍ଟାଣ୍ଡ ଏବଂ ଆରଟିଓ ଅଫିସ ଦୁଇଟି ସ୍ଥାନରେ ରହିବାକୁ ଅନୁମତି ଦିଆଯାଇଛି। ମଣ୍ଡି ଟ୍ରକ ଗୁଡ଼ିକ ନିମନ୍ତେ ସ୍ଵତନ୍ତ୍ର ପାସର ବ୍ୟବସ୍ଥା କରାଯାଇଛି।
(ରିପୋର୍ଟ :ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.