ମାଲକାନଗିରି ହାଇଟେକ୍ କଲୋନୀର ରାସ୍ତା ପାଲଟିଛି ନାଳ ।

0 442

ମାଲକାନଗିରି,ତା:୨୧/୧୦(ପିପିଟି);ମାଲକାନଗିରି ପୌରପିଷଦର ହାଇଟେକ କଲୋନୀ ରାସ୍ଯ ବର୍ତ୍ତମାନ ନାଳରେ ପରିଣତ ହେବାରେ ଲାଗିଛି । ବର୍ଷା ଦିନେ ପାଣି ପ୍ରବାହିତ ହୋଇ ଘରେ ପଶୁଛି ।ସାହିର ଦୁର ପାର୍ଶ୍ବରେ ନର୍ଦ୍ଦମା ନଥିବାରୁ ରାସ୍ତ ଉପରେ ପାଣି ଦିନ ରାତି ସୁଅ ଛୁଟୁଛି । ଫଳରେ ଯାତାୟତରେ ପ୍ରତିବନ୍ଧକ ଦେଖା ଦେଇଛି । ମରାମତି ଲାଗି ସ୍ଥାନୀୟ ଲୋକମାନେ ପୌରାଞ୍ଚଳ କାର୍ଯ୍ଯ ନିର୍ବାହୀ ଅଧିକାରୀଙ୍କୁ ବାରମ୍ବାର ଲିଖିତ ଅଭିଯୋଗ କରିଥିଲେ ମଧ୍ଯ ବର୍ଷ ବର୍ଷ ହେଲା ରାସ୍ତ ନିର୍ମାଣ ସହ ମର୍ଦ୍ଦମା ନିର୍ମାଣ ହୋଇ ପାରି ନାହିଁ । ଉକ୍ତ ପରିବେଶଟି ଘରଗୁଡିକର ମଇଳାପାଣି ଦ୍ବାରା ଦୁର୍ଗନ୍ଧମୟ ହୋଇ ପଡିଛି । ବାହାର ଲୋକ ବର୍ତ୍ତମାନ କୌଣସି କାର୍ଯ୍ଯରେ ଉକ୍ତ କଲୋନୀକୁ ଯିବା ପାଇଁ ଅନିଛା ହୋଇ ନାକ ଟେକିବାକୁ ଲାଗିଲେଣି । ଦିନ ଥିଲା ଏହି କଲୋନୀରେ ନବନର୍ମିତ କୋଠା ସାଧାରଣ ଲୋକମାନଙ୍କୁ ଆକୃଷ୍ଟ କରୁଥିଲା । ଏବେ ସେହି ସ୍ଥାନକୁ ଯିବାକୁ ଲୋକେ ନାପସନ୍ଦ କରୁଛନ୍ତି ।ହାଏଟେକ କଲୋନୀ ବର୍ତ୍ତମାନ ଲୋ-ଟେକ୍ ରେ ପରିଣତ ହୋଇଛି ।ପୌର ପରିଷଦ ଦ୍ବାରା ଆଲୋକ ବ୍ଯବସ୍ଥା,ପରିମଳ ବ୍ଯବସ୍ଥା,ନାଳ ନର୍ଦ୍ଦମା ସଫେଇ,ରାସ୍ତା ଘାଟ ନିର୍ମାଣ ଆଦି କ୍ଷେତ୍ରରେ ଚରମ ଅବହେଳା ଦଖିବାକୁ ମିଳିଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Leave A Reply

Your email address will not be published.