ମାଲକାନଗିରି ସୀମାନ୍ତରେ ଜଣେ ମାଓବାଦୀ ନିହତ,ଅସ୍ତ୍ରଶସ୍ତ୍ର ଜବତ ।

0 332

ମାଲକାନଗିରି,ତ:୦୧/୦୭(ପିପିଟି); ଛତିଶଗଡ ସୀମାନ୍ତ ସୁକୁମା ଜିଲ୍ଲାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମିୟ ଘଟିଛି । ଘଟଣାସ୍ଥଳରେ ଜଣେ ହାର୍ଡକୋର ମାଓବାଦୀ ପ୍ରାଣ ହରାଇଥିବା ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ମୃତ ମାଓବାଦୀର ପରିଚୟ ପିଏଲ୍‌ଜିଏ କମାଣ୍ଡର ଜଗା ବୋଲି ଜଣାପଡିଛି । ପୂର୍ବରୁ ମୃତ ମାଓବାଦୀ ଜଗା ମୁଣ୍ଡରେ ଛତିଶଗଡ ସରକାର ୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ । ମିଳିଥିବା ରିପୋର୍ଟ ଅନୁଯାୟୀ ଦରଭା ଜଙ୍ଗଲରେ ମାଓବାଦୀମାନେ କ୍ୟାମ୍ପ ପକାଇ ରହିଥିବା ପୋଲିକୁ ଗୁଇନ୍ଦା ବିଭାଗ ତରଫରୁ ଖବର ମିଳିଥିଲା । ଯାହା ପରେ କୁମ୍ବିଂ ଅପରେଶନ୍ ଜୋରଦାର କରିଥିଲା ଡିଆରଜି ବାହିନୀ । ଦରଭା ଜଙ୍ଗଲରେ ଯବାନ ଓ ମାଓବାଦୀ ମୁହାଁମୁହିଁ ହେବା ପରେ ପ୍ରାୟ ଦୁଇଘଣ୍ଟାରୁ ଅଧିକ ସମୟ ଧରି ଗୁଳି ବିନିମୟ ଲାଗି ରହିଥିଲା । ତେବେ ଯବାନଙ୍କ ଗୁଳିମାଡକୁ ସମ୍ମୁଖୀନ ହୋଇନପାରି ମାଓବାଦୀ ଚମ୍ପଟ ମାରିଥିଲେ । ଘଟଣାସ୍ଥଳରୁ ଯବାନମାନେ ଗୋଟିଏ ରାଇଫଲ,ଗୋଟିଏ ପିସ୍ତଲ ଓ ବହୁଳମାତ୍ରାରେ ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି ।

(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Leave A Reply

Your email address will not be published.