ମାଲକାନଗିରି ସଦର ମହକୁମାରୁ୧୮ ଜଣ ଶିଶୁ ଶ୍ରମିକ ଉଦ୍ଧାର ।

0 41

ମାଲକାନଗିରି,୦୫/୦୬(ପିପିଟି): କେହି ମାନୁ ନାହାଁନ୍ତି ଶିଶୁ ଶ୍ରମିକ ଆଇନ । କୌଶଣି କାର୍ଯ୍ଯାନୁଷ୍ଠାନ ଗ୍ରହଣ କରି ପାରୁନି ଶ୍ରମ ବିଭାଗ । ଏଣୁ ଅବାଧରେ ଠିକାଦାର ମାନେ ଶିଶୁ ଶ୍ରମିକମାନଙ୍କୁ କାମରେ ନିୟୋଜନ କରୁଛନ୍ତି ।ମାଲକାନଗିରି ସଦର ମହକୁମାରେ ଅଧିକାଶ ଶିଶୁ ଶ୍ରମିକ ଚାହା ଜଳଖିଆ ହୋଟେଲ,ଚାଉମିନ ଦୋକାନ,ଫଳ ଦୋକାନ, ତେଜରାତି ଦୋକାନ, ମାଛ,ମାଂସ ଦୋକନ, ସାଇକେଲ ମାର୍ଟ, ବ୍ଯାଟେରୀ ଦୋକାନ,ଲୁଗା ଦୋକନରେ କାର୍ଯ୍ଯ କରୁଥିବା ପରିଲିଖତ ହେଉଛି । ତେବେ ଶିଶୁ ଶ୍ମିକ ଉଛେଦ ଲାଗି ଶ୍ରମ ବିଭାଗ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ,ଜିଲ୍ଲଶିଶୁ ମଙ୍ଗଳ ସମିତି କାର୍ଯ୍ଯ କରୁଥିଲେ ମଧ୍ଯ ଏହି ସଂସ୍ଥାଗୁଡିକ ପ୍ରାୟ କାଗଜ କଲମରେ ସୀମିତ କହିଲେ ଅତ୍ଯୁକ୍ତି ହେବ ନାହିଁ । ବର୍ତ୍ତମାନ ମାଲକାନଗିରିର ଶ୍ରମ ବିଭାଗ ପକ୍ଷରୁ ଶିଶୁ ଶ୍ରମିକ ନିରାକରଣ ନେଇ ଜନ ସଚେତନତା ବାର୍ତ୍ତା କିଛି କଲେଜ ଛାତ୍ରୀମାନଙ୍କୁ ନେଇ ଦିନକ ପାଇଁ ଶୋଭାଯାତ୍ର ମାଲକାନଗିରି ସହରର କିଛି ଛକ ଦେଇ ଚାଲିଥିବା ବେଳେ ଲୋକ ଦେଖାଣୁଆ ପାଇଁ ଗତ କାଲି ୧୮ ଜଣ ଶିଶୁ ଶ୍ରମିକକୁ ଶ୍ରମ ବିଭାଗ ଉଦ୍ଧାର କରିଥିଲା। ଏମାନଙ୍କ ମଧ୍ୟରେ ୧୧ ଜଣ ନାବାଳିକା ଝିଅ ହୋଇଥିବା ବେଳେ ୭ ଜଣ ନାବାଳକ ରହିଛନ୍ତି।ଏମାନଙ୍କୁ ଶ୍ରମ ବିଭାଗ ଉଦ୍ଧାର କରିବା ପରେ ସିଡବ୍ଲିସି ନିକଟରେ ହାଜର କରାଇଛି। ଯେଉଁ ବୟସରେ ପିଲାମାନେ ପାଠ ପଢିବା କଥା ସେହି ବୟସରେ ପିଲାମାନେ କାମ କରୁଛନ୍ତି।ଏହାକୁ ନେଇ ଗତ ମେ ୨୧ ତାରିଖରୁ ଶିଶୁ ଶ୍ରମିକ ନିରାକରଣ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଚାଲୁ ରହିଛି।ଆସନ୍ତା ୧୨ ତାରିଖ ଶିଶୁ ଶ୍ରମିକ ନିରାକରଣ ଦିବସ ଅବସରରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।ମାଲକାନଗିରି ଜିଲ୍ଲାରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ସର୍ବାଧିକ ରହିଥିବାରୁ ଜିଲ୍ଲାର ବିଭିନ୍ନ ବ୍ଲକ ସଦର ମହକୁମା,ଗ୍ରାମ ପଞ୍ଚାୟତ ଗୁଡିକରେ ସରକାରଙ୍କ ନିର୍ମାଣାଧିନ କାର୍ଯ୍ଯରେ ଶିଶୁ ଶ୍ରମିକମାନଙ୍କୁ ନିଯୁକ୍ତି କରାଯାଉଥିବା ଅଭିଯୋଗ ହେଉଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.