ମାଲକାନଗିରି ସତୀଗୁଡା ପରିବେଶୀୟ ପର୍ଯ୍ଯଟନ ସ୍ଥଳୀରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ଯ ଉଦ୍‌ଘାଟିତ ।

0 389

ମାଲକାନଗିରି,ତା:୦୨/୦୩(ପିପିଟି);ମାଲକାନଗିରି ବନ ବିଭାଗ ଦ୍ବାରା ନିର୍ମିତ ବିଭିନ୍ନ ଉନ୍ୟନ ମୂଳକ କାର୍ଯ୍ଯଗୁଡିକୁ ଆଜି ନିମନ୍ତ୍ରିତ ଅତିଥିମାନଙ୍କ ଦ୍ବାରା ଉଦ୍‌ଘାଟନ କରାଯାଇଛି । ମାଲକାନଗିରି ସଦର ମହକୁମା ଠାରୁ ୫ କି.ମି ଦୂରରେ ସତୀଗୁଡା ଜଳ ଭଣ୍ଡାର । ସୁନୀଳ ବିସ୍ତିର୍ଣ୍ଣ ଢେଉ ଢେଉକା ଜଳ ରାଶିରେ ଜାତି ଜାତିକା ଜଳଚର ବିହଙ୍ଗଙ୍କ କାକଳୀ ଦର୍ଶକମାନଙ୍କୁ ବିମୋହିତ କରିଥାଏ । ସତୀଗୁଡା ଜଳଭଣ୍ଡାରକୁ ଲାଗି ପରିବେଶୀୟ ପର୍ଯ୍ଯଟନ ସ୍ଥଳୀ । ଏହି ଶୀତ ଋତୁରେ ପର୍ଯ୍ଯଟକଙ୍କ ଭିଡ ଜମୁଥାଏ ବଣ ଭୋଜି ପାଇଁ । ବିସ୍ତିର୍ଣ୍ଣ ନୀଳ ଜଳ ରାଶିରେ ନୌକା ବିହାର ସହ ନାନା ରଙ୍ଗର ଜଳ ଚରପକ୍ଷୀ ପଂକ୍ତିଙ୍କ ସନ୍ତରଣ ଦର୍ଶକମାନଙ୍କ ଚିତ୍ତକୁ ପ୍ରାକୃତିକ ସୌନ୍ଦର୍ଯ୍ଯରେ ବିମୋହିତ କରୁଥାଏ । ଏଣୁ ଏଠି ଜନ ସମାଗମ ହୋଇ ଥାଏ କେବଳ ପ୍ରାକୃତିକ ଅପରୂପକୁ ଉପଭୋଗ କରିବା ପାଇଁ । ୨୦୦୭ ମସିହାରେ ମାଲକାନଗିରି ବନ ବିଭାଗ ଦ୍ବାରା ସ୍ଥାପନ କରାଯାଇଥିଲା ସତୀଗଡା ପରିବେଶୀୟ ପର୍ଯ୍ଯଟନ ସ୍ଥଳୀ । ସତୀଗୁଡା ଡ୍ଯାମର ଶେଷ ଭାଗରେ ଅବସ୍ଥିତ କ୍ଷୁଦ୍ର ପାହାଡରେ ବିଭିନ୍ନ ପ୍ରକାର କୃତ୍ରିମ ଉପାୟରେ ବନ୍ଯ ପ୍ରାଣୀ,ଜଳଚର ପ୍ରାଣୀ ତଥା ପକ୍ଷୀମାନଙ୍କ ପ୍ରତିକୃତିକୁ ସିମେଣ୍ଟ ବାଲି ଲୁହା ଛଡଦେଇ ଏବଂ ବିଭିନ୍ନ ରଙ୍ଗରେ ରଙ୍ଗେଇ ନିର୍ମାଣ କରାଯାଇଛି ପଶୁ ପକ୍ଷୀଙ୍କ କଳେବର । ଜନ ଜାତିଙ୍କ ପ୍ରତିମୂର୍ତ୍ତି ।ଏହି ସ୍ଥାନରେ ବିଭିନ୍ନ ଔଷଧିୟ ବୃକ୍ଷ,ଫୁଲ ଗଛ ରୋପଣ କରାଯାଇ ସବୁଜିମା ବଳୟରେ ସଜ୍ଜିତ କରାଯାଇଛି,ଯାହାକି ପ୍ରକୃତିପ୍ରେମୀଙ୍କୁ ଏହି ଅପରୂପ ପ୍ରାକୃତିକ ଦୃଶ୍ୟରାଜି ଆକର୍ଷିତ କରିବ । ନିକଟସ୍ଥ ସତୀଗୁଡା ଡ୍ଯାମରେ ପର୍ଯ୍ଯଟକମାନଙ୍କ ଚିତ୍ତ ବିନୋଦ ପାଇଁ ନୌକା ବିହାର ଅନ୍ଯ ଏକ ଆକର୍ଷଣର ମାଧ୍ଯମ । ଏଠାରେ ରାତ୍ରଯାପନ ଲାଗି ଦୁଇ ମହଲା ବିଶିଷ୍ଠ ଦୁଇଟି ବିଳାସପୂର୍ଣ୍ଣ କୁଟୀର(କଟେଜ୍) ନିର୍ମାଣ କରାଯାଇଛି । ଭୋଜନ ଲାଗି ରେଷ୍ଟୁରାଣ୍ଟ ରହିଛି । ସତୀଗୁଡା ନୀଳତରାଙ୍ଗାୟୀତ ସୁନୀଳ ଜଳ ରାଶିକୁ ଦର୍ଶନ କରିବା ଲାଗି ଦୃଶ୍ୟ ସ୍ଥଳ(ଭ୍ଯୁ ପଏଣ୍ଟ) ନିର୍ମାଣ କରାଯାଇଛି । ଇଟା ଦ୍ବାରା ବିଭିନ୍ନ ସ୍ଥାନକୁ ଭ୍ରମଣ କରିବା ପାଇଁ ଅତି ସୌନ୍ଦର୍ଯ୍ଯମୟ ରାସ୍ତା
ନିର୍ମାଣ ହୋଇଛି,ଯାହାକି ବର୍ଷା ଋତୁରେ ମଧ୍ଯ କାଦୁଅ ଛିଟା ଦେହରେ
ପଡିବ ନାହିଁ । ପଥ ପ୍ରାନ୍ତରେ ବିଦ୍ଯୁତ ଆଲୋକର ବ୍ଯବସ୍ଥା କରାଯାଇଛି !ଗ୍ରୀଷ୍ମ ଋତୁରେ ଶୀତଳତା ଉପଲବ୍ଧି ପାଇଁ ପାଇପ୍ ମାଧ୍ଯମରେ ଜଳ ସିଞ୍ଚନର ବ୍ଯବସ୍ଥା କରାଯାଇଛି । ଏହା ସହ ଏକ ସୁନ୍ଦର ବୈଦ୍ଯୁତକ ଝରଣା ନିର୍ମିତ ହୋଇଛି ; ଯାହାକି ପର୍ଯ୍ଯଟକମାନଙ୍କୁ ଏ ସମସ୍ତ ମନୋରମ ଦୃଶ୍ୟ ଆକୃଷ୍ଟ କରି ପାରିବ ।ବନ ବିଭାଗ ଦ୍ବାରା ନୂତନ ଭାବେ ନିର୍ମିତ କୁଟୀର,ଭୋଜନାଳୟ,ବୈଦ୍ୟୁତ ଚାଳିତ ଝରଣା,ଦୃଶ୍ୟ ସ୍ଥଳକୁ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ,ଜିଲ୍ଲା ପରିଷଦ ଅଧ୍ଯକ୍ଷ ଦଶରଥ ପଡିଆମୀ, ମାଲକାନଗିରି ଜିଲ୍ଲାପାଳ ୟେଦୁଲା ବିଜୟ,ପଡି ଡିଆରଡିଏ ବାଳ ମୁକୁନ୍ଦ ଭୂୟାଁ, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା, ସ୍ବତନ୍ତ୍ର ବିକାଶ ପରିଷଦ ଅଧ୍ଯକ୍ଷ ମାନସ ମାଡକାମୀ ଯଥାକ୍ରମେ ଉଦ୍ଘାଟନ କରିଥିଲେ । ଏହି ଉଦ୍‌ଘାଟନୀ ଉତ୍ସବକୁ ବନଖଣ୍ଡ ଅଧିକାରୀ ପ୍ରଦୀପ ମିରାଶେ,ଏସିଏଫ ଶ୍ରୀକାନ୍ତ ନାଏକ,ମାଲକାନଗିରି ବନାଞ୍ଚଳ ଅଧିକାରୀ ଜଗନ୍ନାଥ ପ୍ରସାଦ ବିଷୋୟୀ ଏବଂ ଅନ୍ଯାନ୍ଯ ବନକର୍ମଚାରୀମାନେ ଆୟୋଜନ କରିଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Leave A Reply

Your email address will not be published.