ମାଲକାନଗିରି ମେଡିକଲରେ ବାୟୁ ସେବା ଆରମ୍ଭ ।

0 216

ମାଲକାନଗିରି,୨୩/୦୪(ପିପିଟି): ମାଲକାନଗିରି ଜିଲ୍ଲା ମୁଖ୍ଯ ଚିକିତ୍ସଳୟରେ ଆଜି ଠାରୁ ଆରମ୍ଭ ହେଲା ବାୟୁ ସ୍ୱାସ୍ଥ୍ୟ ସେବା । ରାଜ୍ୟର ମୁଖ୍ୟ ମନ୍ତ୍ରୀ ଓ ୫ ଟି ସଚିବଙ୍କ ଫୋକସରେ ଏବେ ମାଲକାନଗିରି ଜିଲ୍ଲା । ଉତ୍ତମ ସ୍ବାସ୍ଥ୍ୟ ସେବା ପାଇବା ଲାଗି ଗରିବ ଲୋକଙ୍କୁ ଆଉ କାହା ପାଖରେ ଗୁହାରି କରିବାକୁ ପଡିବ ନାହିଁ । ଏହାକୁ ଗୁରୁତ୍ଵ ଦେଇ ରାଜ୍ୟ ସରକାର ପ୍ରଥମ କରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ମାଲକାନଗିରିରୁ ଶୁଭାରମ୍ଭ କରିବା ପରେ ଏବେ ବାୟୁ ସ୍ୱାସ୍ଥ୍ୟ ସେବା ଆରମ୍ଭ କରିଛନ୍ତି । ଉପାନ୍ତ ଜିଲ୍ଲାର ମାନ୍ୟତା ପାଇଥିବା ମାଲକାନଗିରି ଜିଲ୍ଲା ବାସୀଙ୍କ ସ୍ୱାସ୍ଥ୍ୟ ସେବା ସୁଧାରିବା ଲାଗି ରାଜ୍ୟ ସରକାରଙ୍କ ଉଦ୍ୟମରେ ଦୁଇ ଦିନିଆ ମାଲକାନଗିରିକୁ ଗସ୍ତ କରିଛନ୍ତି ଭୁବନେଶ୍ଵର ଓ କଟକ ମେଡିକାଲରେ କାର୍ଯ୍ୟରତ ସ୍ଵତନ୍ତ୍ର ଡାକ୍ତରି ଦଳ । ଆଜି ସୁପର କାଡିୟଲୋଜି, ଗେଷ୍ଟନଲୋଜି ଓ ୟୁରୋଲୋଜି ସହ ଆନେସ୍ତେସିଆ ଓ ହେପଟୋଲଜି ଭଳି ପ୍ରମୁଖ ବିଭାଗର ୪ ଜଣ ବିଶେଷଜ୍ଞ ଡାକ୍ତରଙ୍କ ସହ ଆଠ ଜଣ ଜୁନିଅର ଡାକ୍ତରମାନେ ଆସି ଗୁରୁତ୍ବର ରୋଗିଙ୍କ ଚିକିତ୍ସା ଆରମ୍ଭ କରିଛନ୍ତି । ପ୍ରଥମ ଦିନରେ ୧୨ଟି ପ୍ରମୁଖ ଅପରେସନ ସମେତ ଇକୋ ଓ ନେପଲୋଜି ରେ ୧୦୦ରୁ ଉର୍ଦ୍ଧ୍ବ ଗୁରୁତ୍ବର ରୋଗିଙ୍କ ଚିକିତ୍ସା ସହ ୧୫୦ରୁ ଉର୍ଦ୍ଧ୍ୱ ଅଲଟ୍ରାସାଉଣ୍ଡ କରିବାକୁ ପ୍ରଶାସନ ସ୍ଥିର କରିଛି । ପୂର୍ବରୁ ଅତି ଗୁରୁତ୍ଵର ରୋଗିଙ୍କୁ ବିଶାଖାପାଟଣା କିମ୍ବା କଟକ ସ୍ଥିତ ଏସସିବି ମେଡିକାଲକୁ ସ୍ଥାନାନ୍ତର କରିବା ଲାଗି ୧୦ ରୁ ୧୨ ଘଣ୍ଟା ସମୟ ଲାଗୁଥିବା ବେଳେ ଏବେ ମାଲକାନଗିରି ଜିଲ୍ଲାରେ ବାୟୁ ସ୍ୱାସ୍ଥ୍ୟ ସେବା ଆରମ୍ଭ ହୋଇଥିବାରୁ ମାଲକାନଗିରି ସମେତ ଛତିଶଗଡ ଓ ଆନ୍ଧ୍ରପ୍ରଦେଶର ଅନେକ ରୋଗିଙ୍କ ସୁଅ ଛୁଟିଛି । ମାଗଣାରେ ଏହି ସୁବିଧା ମାଲକାନଗିରିରେ ଏବେ ଉପଲବ୍ଧ ଦେଖି ରୋଗିଙ୍କ ସମ୍ପର୍କୀୟଙ୍କ ମନରେ ଆନନ୍ଦର ଲହରୀ ଖେଳିଯାଇଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.