ମାଲକାନଗିରି,୧୨/୧୨(ପିପିଟି): ମାଲକାନଗିରି ମହାବିଦ୍ୟାଳୟରେ ପ୍ରଥମ ଥର ପାଇଁ ଜିଲ୍ଲାସ୍ତରୀୟ ଆନ୍ତଃ ମହାବିଦ୍ୟାଳୟ କ୍ରିକେଟ ଓ ଭଳିବଲ ଟୁର୍ଣ୍ଣ ମେଣ୍ଟ ଆୟୋଜନ କରାଯାଇଅଛି। ଏହି ଟୁର୍ଣ୍ଣମେଣ୍ଟ ୧୨ ତାରିଖ ରୁ ଆରମ୍ଭ ହୋଇ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱରୀ ଚନ୍ଦ୍ର ନାୟକ ଯୋଗଦେଇଥିବା ବେଳେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଧ୍ରୁବ ଚରଣ ମୁଦୁଲି ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ମାଲକାନଗିରି ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଓ ଡ଼ଃ ରଞ୍ଜନ କୁମାର ସ୍ୱାଇଁ ସଭାପତିତ୍ୱ କରିଥିବା ବେଳେ ନମିତା ଦଣ୍ଡସେନା ସଭା ପରିଚାଳନା କରିଥିଲେ। ଅନ୍ୟତମ ଅତିଥି ରୂପେ ବରିଷ୍ଠ ପ୍ରାଧ୍ୟାପକ ଲିଙ୍ଗରାଜ ମିଶ୍ରଙ୍କ ସମେତ ଜିମୁତ ନାୟକ, ତପନ କୁମାର ବେହେରା, ସୁଶାନ୍ତ କୁମାର ମାଝୀ, ଗୌତମ ନାୟକ, ପ୍ରେମ ରେଖା ଭୋତ୍ରା, ପ୍ରମୀୟ କୁମାର ମହାନ୍ତି,ଉମେଶ ଚନ୍ଦ୍ର ରାଉତ,ଅଭିମନ୍ୟୁ ଦଳବେହେରା ପ୍ରମୁଖ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ଏହି ଅବସରରେ ଜିଲ୍ଲାର ୮ଗୋଟି ମହାବିଦ୍ୟାଳୟ କ୍ରିକେଟ ଓ ଭଳିବଲ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଛନ୍ତି। କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ମହେଶ୍ବର ଚନ୍ଦ୍ର ନାୟକ ରେଡ଼ ରିବିନ କାଟି ଉଦ୍ଘାଟନ କରିଥିଲେ। ପ୍ରାୟ ୧୦୦୦ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଉପସ୍ଥିତ ରହି ଖେଳାଳିମାନକୁ ଉତ୍ସାହିତ କରିଥିଲେ। ଶେଷରେ ଆଥଲେଟିକ୍ସର ସଦସ୍ୟ ଅଧ୍ୟାପକ ଜିମୁତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)
Prev Post
Next Post