ମାଲକାନଗିରି,୦୮/୦୭(ପିପିଟି):ମାଲକାନଗିରି ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ସଂସ୍ଥା , ଜାତୀୟ ସମର ଶୀକ୍ଷାର୍ଥୀ ବାହୀନୀ , ଯୁବ ରେଡକ୍ରସର ମିଳିତ ଆନୁକୂଲ୍ୟରେ ୭୩ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି ସଭାରେ ମୁଖ୍ୟ ଅତିଥି ରୂପେ ଖଣ୍ଡୀୟ ବନ ଅଧିକାରୀ ପ୍ରତାପ କୋଟାପାଲ୍ଲୀ ଯୋଗଦାନ କରି ସମସ୍ତଙ୍କୁ ଗଛ ଟିଏ ଲଗାଇବା ସହିତ ଏହାର ଯତ୍ନ ନେବା ପାଇଁ ପରାମର୍ଶ ଦେଇଥିଲେ । ଏହି ସଭାରେ ମହାବିଦ୍ଯାଳୟ ଅଧ୍ୟକ୍ଷ ଅଶୋକ କୁମାର ଷଡଙ୍ଗୀ ସଭାପତିତ୍ୱ କରିଥିବା ବେଳେ ସମ୍ମାନୀତ ଅତିଥି ରୂପେ ନେହେରୁ ଯୁବ କେନ୍ଦ୍ର ଯୁବ ଅଧିକାରୀ ହରିସ ରୂପାଲ,ଓଡିଆ ବିଭାଗ ବାଲିମେଳା ମହାବିଦ୍ୟାଳୟ ପ୍ରଧ୍ଯାପକ ଗୁପ୍ତ ପ୍ରସାଦ ମହାନ୍ତି, ମାଲକାନଗିରି ବନାଞ୍ଚଳ ଅଧିକାରୀ ଜଗନ୍ନାଥ ବିଶୋଇ ଯୋଗ ଦେଇଥିଲେ । ଉକ୍ତ ସଭାକୁ ଜିଲ୍ଲା ଯୁବ ରେଡକ୍ରସ ଆବାହକ ତଥା ସମ୍ପାଦକ ଡଃ ରଞ୍ଜନ କୁମାର ସ୍ୱାଇଁ ପରିଚାଳନା କରିଥିଲେ । ମାଲକାନଗିରି ମହାବିଦ୍ୟାଳୟର ଛାତ୍ରୀ ନିବାସରେ ଅଁଳା , ବେଲ , ଜାମ୍ମୁ କୋଳି ବୃକ୍ଷ ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଗୌତମ ନାୟକ , ଗୋକୁଳାନନ୍ଦ ପାତ୍ର , ଜିମୂତ ନାୟକ , ତପନ ବେହେରା , ପ୍ରଦୀପ ଓରାମ , ଗୁପ୍ତେଶ୍ୱର ରାଓ ଓ ଅଧ୍ୟାପିକା ଲିପସାରାଣୀ ନାୟକଙ୍କ ସହ ୫୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ସକ୍ରିୟ ଅଂଶ ଗ୍ରହଣ କରିଥିଲୋ ସଭା ଶେଷରେ ନମିତା ଦଣ୍ଡସେନା,ଡି.ପି.ଓ ମାଲକାନଗିରି ଧନ୍ୟବାଦ ଅର୍ପଣ କରିଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)