ମାଲକାନଗିରି ମହାବିଦ୍ଯାଳୟରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ।

0 238

ମାଲକାନଗିରି,୨୧/୦୬(ପିପିଟି):
ମାଲକାନଗିରି ମହାବିଦ୍ୟାଳୟର ଜାତୀୟ ସେବାସଂସ୍ଥା,ଜିଲ୍ଲା ଯୁବ ରେଡ଼କ୍ରସ ଓ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ମିଳିତ ଆନୁକୂଲ୍ୟରେ ଅଷ୍ଟମ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଯୋଗର ଉପକାରିତା ବିଷୟରେ ମତ ପ୍ରଦାନ କରିଥିଲେ। ଏହି ସଭାରେ ଜାତୀୟ ସେବା ସଂସ୍ଥା ଅଧିକାରୀ ନମିତା ଦଣ୍ଡସେନା ଅଧ୍ୟକ୍ଷତା କରିଥିଲେ।ଜିଲ୍ଲା ଯୁବ ରେଡ଼କ୍ରସ ଆବାହକ ତଥା ସମ୍ପାଦକ ଡଃ ରଞ୍ଜନ କୁମାର ସ୍ୱାଇଁ ମୁଖ୍ୟବକ୍ତା ରୂପେ ଯୋଗଦେଇ ବର୍ତ୍ତମାନ ସମୟରେ ଯୋଗର ଆବଶ୍ୟକତା ଓ ଏହାର ଉପକାରିତା ଉପରେ ଆଲୋକପାତ କରିଥିଲେ। ଏହମଞ୍ଚରେ ଯୋଗ ଗୁରୁ ଅଭିମନ୍ୟୁ ଦଳବେହେରା ବିଭିନ୍ନ ପ୍ରକାର ଯୋଗ ପ୍ରଦର୍ଶନ କରିଥିଲେ। ଏଥିରେ ୫୦ରୁ ଉର୍ଦ୍ଧ୍ବ ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀ ଉପସ୍ଥିତ ରହି ଯୋଗ ଶିବିରକୁ ସାଫଲ୍ୟ ମଣ୍ଡିତ କରିଥିଲେ।ଶେଷରେ ଶିକ୍ଷା ବିଭାଗର ମୁଖ୍ୟ ଗୌତମ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିର

Leave A Reply

Your email address will not be published.