ମାଲକାନଗିରି ବିଡିଓଙ୍କୁ ବଦଳି ପାଇଁ ସରପଞ୍ଚ ମାନଙ୍କ ଦାବି ।

0 236

ମାଲକାନଗିରି,୧୯/୦୭(ପିପିଟି): ମାଲକାନଗିରି ବିଡିଓ ଉନ୍ନୟନ କାର୍ଯ୍ଯରେ ବାଧକ ସାଜିଥିବାରୁ ତାଙ୍କୁ ତୁରନ୍ତ ବଦଳି କରିବା ପାଇଁ ୧୯ ଜଣ ସରପଞ୍ଚ ଜିଲ୍ଲାପାଳଙ୍କ ମାଧ୍ଯମରେ ମୁଖ୍ଯ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ମାଲକାନଗିରି ବ୍ଲକରେ ବିଡିଓ ଭାବେ ଅଜୟ କୁମାର ପ୍ରଧାନ ଦାୟିତ୍ବ ନିର୍ବାହ କରି ଆସୁଥିବା ବେଳେ କାର୍ଯ୍ଯରେ ଯୋଗଦେଲା ଠାରୁ ସେ ବିବାଦିୟ ପରିସ୍ଥିତିରେ ରହି ଆସୁଛନ୍ତି । ତାଙ୍କର ମନମୁଖି କାର୍ଯ୍ଯକଳାପ ଯୋଗୁଁ ସେ ସର୍ବଦା ଚର୍ଚ୍ଚାରେ ରହି ଆସୁଛନ୍ତି । କେତେବେଳେ ତାଙ୍କର ତଳିଆ କର୍ମଚାରୀଙ୍କ ପ୍ରତି ଆକ୍ରୋଶ ମନଭାବ ଯୋଗୁଁ ହେଉ କିମ୍ବା ଠିକାଦାରଙ୍କ ବିଲ ପେମେଣ୍ଟରେ ବିଳମ୍ବ ଯୋଗୁଁ ହେଉ ଅବା ପିସି କାରବାର ପାଇଁ ହେଉ ସବୁବେଳେ ସେ ଚର୍ଚ୍ଚିତ । ବର୍ତ୍ତମାନ ପୁଣି ଏକ ଚର୍ଚ୍ଚିତ ଚେହେରା ଲୋକ ଲୋଚନକୁ ଆସିଛି ଉନ୍ନୟନ କାର୍ଯ୍ଯରେ ପେମେଣ୍ଟରେ ପ୍ରତିବନ୍ଧକ ସାଜିବା । ଫଳରେ ସମସ୍ତ ସରପଞ୍ଚ ମାନଙ୍କ ଅସନ୍ତୋଷର କାରଣ ପାଲଟି ଯାଇଛନ୍ତି । ମାଲକାନଗିରି ବ୍ଲକର ୧୯ ଜଣ ନବନିର୍ବାଚିତ ସରପଞ୍ଚକମାନେ ଏକତ୍ରିତ ହୋଇ ବିଡିଓ ଅଜୟ କୁମାର ପ୍ରଧାନଙ୍କ ବିରୁଦ୍ଧରେ ତୁରନ୍ତ ବଦଳି ପାଇଁ ମାଲକାନଗିରି ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ଯମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି । ମାଲକାନଗିରି ବ୍ଲକର ସମସ୍ତ ପଞ୍ଚାୟତରେ ଅମୃତ ସରୋବର କାର୍ଯ୍ୟ ୧୫ତମ କେନ୍ଦ୍ର ଅର୍ଥ କମିଶନ ଏବଂ ୫ମ ରାଜ୍ଯ ଅର୍ଥ କମିଶନରେ ଚାଲିଥିବା ବେଳେ ଏହି ଯୋଜନାରେ ଟଙ୍କା ଆସିଥିଲେ ମଧ୍ଯ ତାକୁ ରିଲିଜ୍ କରୁନଥିବା ଅଭିଯୋଗ ହୋଇଛି । ଏହା ବ୍ଯତିତ ଅନ୍ଯାନ୍ଯ ଉନ୍ନୟନ କାର୍ଯ୍ଯଗୁଡିକ ସମସ୍ତ ପଞ୍ଚାୟତରେ ସମାପ୍ତ ହୋଇ ୬ ମାସ ହେଲାଣି ବିଲ୍ ତାଙ୍କ ନିକଟରେ ପଡି ରହିଥିଲେ ମଧ୍ଯ ସେହି ଅର୍ଥ ଅଦ୍ଯାବଧି ରିଲିଜ୍ କରି ନଥିବ ଅଭିଯୋଗ ହୋଇଛି । ସେହିପରି ମନରେଗା ଯୋଜନାରେ ୧୯ଟି ପଞ୍ଚାୟତକୁ ବର୍ଷକୁ ୨ ଥର ଅଣକୁଶଳି ଏବଂ ସାମଗ୍ରୀ ଟଙ୍କା ଆସିଥିଲା ବେଳେ ମାଲକାନଗିରି ବ୍ଲକ ବିଡିଓ ଅଜୟ କୁମାର ପ୍ରଧାନ ଆଜି ପର୍ଯ୍ଯନ୍ତ ଟଙ୍କା ରିଲିଜ୍ କରିନାହାନ୍ତି କିମ୍ବା ଡଙ୍ଗଲରେ ପୈଠ କରି ନାହାନ୍ତି । କୌଣସି ପଞ୍ଚାୟତରେ ପଲ୍ଲୀ ସଭା କିମ୍ବା ଗ୍ରାମ ସଭା ନହୋଇ କେବଳ କାଗଜ କଲମରେ ସୀମିତ ରହୁଥିବା ଅଭିଯୋଗ ହୋଇଛି ।ପଲ୍ଲୀ ସଭା କରାନଯାଇ ମନଇଛା କାର୍ଯ୍ୟ ବିଡିଓଙ୍କ ନିର୍ଦ୍ଦେଶରେ ଚାଲିଥିବା ବେଳେ ସରପଞ୍ଚମାନଙ୍କୁ ଅଣଦେଖା କରାଯାଉଛି ତେଣୁ ତୁରନ୍ତ ମାଲକାନଗିରି ବ୍ଲକ ବିଡିଓଙ୍କୁ ଉନ୍ନୟନ କାର୍ଯ୍ଯରେ ବାଧକ ସୃଷ୍ଟି କରିଥିବାରୁ ସମସ୍ତ ସରପଞ୍ଚମାନେ ଅନ୍ଯତ୍ର ବଦଳି କରିବାକୁ ଦ୍ରୁଢ ଦାବି କରିଛନ୍ତି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.