ମାଲକାନଗିରି ବନ କର୍ମଚାରୀଙ୍କ ଦ୍ବାରା ଦୁଇଟିକାଠ ବୋଝେଇ ଟ୍ରାକ୍ଟର ଜବତ,୪ ଆସାମୀ ଗିରଫ ।

0 316

ମାଲକାନଗିରି,୦୯/୦୪(ପିପିଟି); ମାଲକାନଗିରି ବନାଞ୍ଚଳ ଅନ୍ତର୍ଗତ ଗୁରାଖୁଣ୍ଟା ଗ୍ରାମ ଠାରୁ ଏମଭି-୨୪ ଗ୍ରାମକୁ ଦୁଇଟି ଟ୍ରାକ୍ଟର ଯୋଗେ ପିଆଶାଳ କାଠ ବୋଝେଇ ହୋଇ ଚୋରା ଚାଲାଣ କରାଯାଉଥିବା ବେଳେ ବିଶ୍ବସ୍ଥ ସୂତ୍ରରୁ ସୂଚନା ପାଇ ବନକର୍ମଚାରୀମାନେ ୪ ଜଣ ଆସାମୀଙ୍କୁ ଗିରଫ କରିବା ସହ କାଠ ବୋଝେଇ ଟ୍ରାକ୍ଟରକୁ ଜବତ କରିବାରେ ସଫଳ ହୋଇଥିବା ମାଲକାନଗିରି ବନାଞ୍ଚଳ ଅଧିକାରୀ ଜଗନ୍ନାଥ ପ୍ରସାଦ ବିଷୋୟୀ ଗଣ ମାଧ୍ଯମକୁ ସୂଚନା ପ୍ରଦାନ କରିଛନ୍ତି । ଘଟଣାରୁ ପ୍ରକାଶ ଯେ,ମାଲକାନଗିରି ବନଖଣ୍ଡ ଅଧିକାରୀ ପ୍ରଦୀପ ଦେବଦାସୀ ମିରାସେଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ବନ କର୍ମଚାରୀମାନେ ବିଶ୍ବସ୍ଥ ସୂତ୍ରରୁ ସୂଚନା ପାଇ ଗୋରାଖୁଣ୍ଟା ଗ୍ରାମରୁ ୨ଟି ଟ୍ରାକ୍ଟରରେ ପିଆଶାଳ ଗଣ୍ଡି ବୋଝେଇ ହୋଇ ଆଜି ସକାଳ ୪ ଘଟିକା ସମୟରେ ଏମଭି-୨୪ ଗ୍ରାମକୁ ଚୋରା ଚାଲାଣ ହେଉଥିବା ବେଳେ ପୂର୍ବରୁ କାମାଲଗୁଡା ଗ୍ରାମ ନିକଟରେ ଛକି ରହିଥିବା ବନ କର୍ମଚାରୀମାନେ ୨ଟି ଟ୍ରାକ୍ଟରକୁ ଅଟକାଇ ଜବତ କରିବା ସହ ୪ ଜଣ ଆସାମୀଙ୍କୁ ଗିରଫ କରିଥିଲେ । ତନ୍ମଧ୍ଯରୁ ୨ ଜଣ ଟ୍ରାକ୍ଟର ଚାଳକ ,ଜଣେ କାଠ ମାଫିଆ ଏବଂ ଜଣେ ଶ୍ରମିକଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ । ସେମାନେ ହେଲେ ଏମଭି-୩୯ ଗ୍ରାମର ଭୈରବ ଧର,ମିଣ୍ଟୁ ବିଶ୍ବାସ,କୋଡେଲ ମେଟଲା ଗ୍ରାମର କଷା ସୋଡି ଓ ଦେବା ପୂଜାରୀ । ଜବତ ହୋଇଥିବା କାଠ ପ୍ରାୟ ୧୨୦ ସିଏଫଟି ବୋଲି କୁହାଯାଇଥିବା ବେଳେ ଏହାର ମୂଲ୍ଯ ୨ ଲକ୍ଷ୫୦ ହଜାର ଟଙ୍କା ହେବ । ଏହି କାଠରେ ଆସବାବ ପତ୍ର ନିର୍ମାଣ ପାଇଁ ଯାଉଥିବା କୁହାଯାଇଛି । ଆଜି ୪ ଜଣ ଆସାମୀଙ୍କୁ ମାଲକାନଗିରି କୋର୍ଟକୁ ଚାଲାଣ କରାଯାଇଛି । ଏହି ଚଢାଉରେ ମାଲକାନଗିରି ଫରେଷ୍ଟର ମୂରଲୀଧର ଅନଗୁଳିଆ,କୋରୁକୋଣ୍ଡା ଫରେଷ୍ଟର ରାଜେଶ ସେଠୀ,ଫରେଷ୍ଟ ଗାର୍ଡ ଦୀପ୍ତି ରଂଜନ ନାୟକ,ଅର୍ଜ୍ଜୁନ ବଟ୍ଟେ ଏବଂ ୧୫ ଜଣ ପାରା ଷ୍ଟାପ ଅଂଶ ଗ୍ରହଣ କରିଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Leave A Reply

Your email address will not be published.