ମାଲକାନଗିରି,୧୮/୦୩(ପିପିଟି): ମାଲକାନଗିରି ପୌର ନିର୍ବାଚନରେ ସ୍ବାଧୀନ ପ୍ରାର୍ଥିମାନଙ୍କୁ ନେଇ ଏବେ ଚର୍ଚ୍ଚା ଧରିଛି । ମାଲକାନଗିରି ପୌର ପରିଷଦରେ ଯେଉଁ ରାଜନୈତିକ ଦଳମାନେ ପୌର ଅଧ୍ଯକ୍ଷ ପାଇଁ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି,ସେମାନଙ୍କ ଅପେକ୍ଷା ସ୍ବାଧୀନ ପ୍ରାର୍ଥିମାନଙ୍କ ଶିକ୍ଷାଗତ ଯୋଗ୍ଯତା ଅଧିକ । ମାଲକାନଗିରି ପୌରାଞ୍ଚଳ ବର୍ତ୍ତମାନ ସିଧାଶଳଖ ଭୋଟରମାନେ ସେମାନଙ୍କ ମନ ପସନ୍ଦର ଅଧ୍ଯକ୍ଷ ନିର୍ବାଚନ କରିବାର କ୍ଷମତା ରହିଥିବାରୁ ସେମାନେ ଉଚ୍ଚ ଶିକ୍ଷିତ ଚେୟାରମ୍ଯାନ ପ୍ରାର୍ଥିଙ୍କୁ ଭୋଟ ଦେବାର ସମ୍ଭାବନା ରହିଛି । ପୂର୍ବରୁ ଯେଉଁ ଦଳ କାଉନସିଲର ମାନେ ନିର୍ବାଚିତ ହୋଇ ଆସିଲା ପରେ ସେମାନେ ଅଧ୍ଯକ୍ଷ ପଦ ପାଇଁ ପୁନଶ୍ଚ ଭୋଟ ଦେଇ ନିର୍ବାଚିତ କରୁଥିଲେ । ଫଳରେ ଚେୟାରମ୍ଯାନ ଆସନରେ ଯେଉଁ ବ୍ଯକ୍ତିଟି ବସୁଥିଲା ଦଳୀୟ ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ ହେଉଥିଲା । ଯାହାଙ୍କର ଦଳପ୍ରତି ବିଶେଷ ଆନୁଗତ୍ଯ ରହିଥିଲା,ସେହି ବ୍ଯକ୍ତି ଜଣଙ୍କ ଅଶିକ୍ଷତ ହେଉ କି ଚରିତ୍ର ହିନ ହେଉ ଦଳର ସୁପାରିଶ କ୍ରମେ ଆସନ ଅଳଙ୍କୃତ କରୁଥିଲା । ଭୋଟରଙ୍ର ନାପସନ୍ଦ ସତ୍ବେ ସେପରି ପରମ୍ପରା ବଜାୟ ରହୁଥିଲା । ବର୍ତ୍ତମାନ ରାଜ୍ଯ ନିର୍ବାଚନ ଅଧିକାରୀଙ୍କ ସଂସ୍କାର ଯୋଗୁଁ ନିୟନର ପରିବର୍ତ୍ତନ ଘଟିଛି । ମତଦାତା ଯୋଗ୍ଯ,ଶିକ୍ଷିତ ଏବଂ ଭଲ ଲୋକଙ୍କୁ ଭୋଟ ଦେଇ ଜୟଯୁକ୍ତ କରିବେ । ପୂର୍ବପରି ଆଉ ଘୋଡା ବେପାର ହେବାର ନାହିଁ ।ମାଲକାନଗିରି ପୌର ପରିଷଦ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥି ଭାବେ କେଶବ ଚନ୍ଦ୍ର ନାୟକ ନିର୍ବାଚନ ଲଢୁଥିବା ବେଳେ ସେ
ମାଲକାନଗିରି ଜିଲ୍ଲାର ଜଣେ ବରିଷ୍ଠ ସାମ୍ବାଦିକ, ଦୀର୍ଘ ୩୫ ବର୍ଷ ମାଲକାନଗିରି ଅଞ୍ଚଳର ବିଭିନ୍ନ ସମସ୍ଯାକୁ ନେଇ ଜନତାଙ୍କ ସ୍ବରକୁ ଗଣ ମାଧ୍ଯମରେ ଶାଣିତ କରିଥିବା ବେଳେ ସରକାରୀ ଏବଂ ବେସରକାରୀ ମହଲରେ ଜଣେ ଚିହ୍ନା ଏବଂ ସୁପରିଚିତ ମୁହଁ । ତାଙ୍କ ଶିକ୍ଷାଗତ ଯୋଗ୍ଯତା ସ୍ନାତକୋତ୍ତର । ସେ ଜଣ କବି ଏବଂ ଉତ୍କଳ ସାହିତ୍ଯ ସଂସଦର ସଭାପତି ଭାବେ କବି ମହଲରେ ଚର୍ଚ୍ଚିତ । ସେ ରାଜ୍ଯ ସରକାରଙ୍କ ଦ୍ବାରା ଉତ୍ତମ ସାମ୍ବାଦିକ ଭାବେ ପୁରସ୍କୃତ । ପ୍ରକୃତିପ୍ରେମୀ ଏବଂ କବି ଭାବରେ ବହୁ ଅନୁଷ୍ଠାନରୁ ସମ୍ମାନିତ । ତାଙ୍କ ଦ୍ବାରା ରଚିତ ୬ ଗୋଟି ବହି ପ୍ରକାଶ ପାଇ ପାଠକ ମହଲରେ ଆଦୃତ । ତାଙ୍କୁ ବହୁ ଶିକ୍ଷିତ ଭୋଟର ଭୋଟ ଦେବାର ସମ୍ଭାବନା ରହିଛି । ମନୋଜ ସାହୁ ଅନ୍ଯତମ ଜଣେ ଅବସରପ୍ରାପ୍ତ ଶିକ୍ଷକ Iବହୁ ବର୍ଷ ହେଲା ହୋପିଓପ୍ଯାଥିକ କ୍ଲିନିକ କରି ଜନତାଙ୍କ ସେବାରେ ସଂଶ୍ଳୀଷ୍ଟ । ଅନସର ପରେ ସେ ଓକିଲାତି ପେଷକୁ ଆପଣାଇ ନେଇଛନ୍ତି ।ଜଣେ ଉଚ୍ଚ ଶିକ୍ଷିତ ଭାବେ ଜଣାଶୁଣା । ସେ ମଧ୍ଯ ଜଣେ ସ୍ବାଧୀନ ପ୍ରାର୍ଥି । ଅନ୍ଯ ପକ୍ଷରେ ମନୋଜ ପାଢି ମଧ୍ଯ ଜଣେ ଅବସରପ୍ରାପ୍ତ ଶିକ୍ଷକ ।ତାଙ୍କର ମଧ୍ଯ ମାଲକାନଗିରି ପୌରାଞ୍ଚଳରେ ସୁଖ୍ଯାତି ରହିଛି ।
ଅନ୍ଯନ୍ଯ ରାଜନୈତିକ ଦଳର ପ୍ରାର୍ଥିମାନଙ୍କ ଶିକ୍ଷାଗତ ଯୋଗ୍ଯତା କମ ଥିବାରୁ ଜନତାଙ୍କ ମଧ୍ଯରେ ସେତଟା ପସନ୍ଦ ନଥିବା ଚର୍ଚ୍ଚା ହେଉଛି । ତେବେ ଅନ୍ଯାନ୍ଯ ରାଜନୈତିକ ଦଳ ସେମାନଙ୍କ ଅର୍ଥବଳରେ ଗରିବ ଭୋଟରମାନଙ୍କୁ ପ୍ରଲୋଭନ କରି ଭୋଟ ହାତେଇବାକୁ ପ୍ରୟାସ ଜାରି ରଖିଛନ୍ତି । ତଥାପି ସ୍ବାଧୀନ ପ୍ରାର୍ଥିଙ୍କ ଜନପ୍ରିୟତା ପ୍ରମୁଖ ରାଜନୈତିକ ଦଳଗୁଡିକୁ ପରାସ୍ତ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରି ପାରନ୍ତି ।
Next Post