ମାଲକାନଗିରି ପଞ୍ଚାୟତରାଜ ଜନ ପ୍ରତିନିଧିଙ୍କ ଭୁବନେଶ୍ବର ଗସ୍ତ ।

0 218

ମାଲକାନଗିରି,୦୧/୦୬(ପିପିଟି): ସଶକ୍ତ ପଞ୍ଚାୟତିରାଜ ପାଇଁ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କର କମଳରେ ଶୁଭ ଉଦ୍‌ଘାଟନ ହେବାକୁଥିବା ଚଳିତ ମାସ ଦୁଇ ତାରିଖ ଦିନ ଭୁବନେଶ୍ୱର ସ୍ଥିତ କିଟ ପରିସର ମଧ୍ୟରେ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ଆଜି ସକାଳ ସମୟରେ ମାଲକାନଗିରି ଜିଲ୍ଲାର ସମସ୍ତ ବ୍ଲକ୍ ର ଅଧ୍ଯକ୍ଷ ଏବଂ କିଛି ସରପଞ୍ଚଙ୍କ ସହିତ ଜିଲ୍ଲା ପରିଷଦ ଅଧ୍ୟକ୍ଷା / ଉପାଧ୍ୟକ୍ଷ ସମେତ ସମସ୍ତେ ମାଲକାନଗିରି ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟ ସମ୍ମୁଖରୁ ଏକ ଘରୋଇ ବସ ଯୋଗେ ଭୁବନେଶ୍ୱର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ନୋଡାଲ ଅଫିସର ଭାବେ ମାଥିଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଶିଷ କୁମାର ଭୋଇ ଏବଂ ଡି ବିକ୍ରମ ଯୋଗଦାନ କରି ଦାଇତ୍ଵର ସହିତ ସମସ୍ତଙ୍କୁ ନେଇ ଗସ୍ତ କରିଛନ୍ତି। ସମସ୍ତଙ୍କ ଉପସ୍ଥିତିରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସବୁଜ ରଙ୍ଗର ପତକା ଦେଖାଇ ଆନୁଷ୍ଠାନିକ ଭାବେ ଗସ୍ତର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ମାଲକାନଗିରି ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟର ପ୍ରକଳ୍ପ ଅଧିକାରୀ ବାଳମୁକୁନ୍ଦ ଭୂୟାଁଙ୍କ ସମେତ ସମସ୍ତ ଅଫିସର ଶୁଭେଚ୍ଛା ଜଣାଇଛନ୍ତି।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.