ମାଲକାନଗିରି ଠାରେ ୫୪ତମ ଇଂଜିନିୟର ଦିବସ ପାଳିତ ।

0 239

ମାଲକାନଗିରି,୧୫/୦୯(ପିପିଟି): ମାଲକାନଗିରି ଜିଲ୍ଲା ଗ୍ରାମ୍ଯ ଉନ୍ନୟନ ସଂସ୍ଥା ସଭାଗୃହ ଠାରେ ଓଡିଶା ଇଂଜିନିୟର’ସ ଡିପ୍ଲୋମା ଆସୋସିଏସନ ମାଲକାନଗିରି ଶାଖା ଆନୁକୂଲ୍ଯରେ ୫୪ତମ ଇଂଜିନିୟର ଦିବସ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ଯ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ,ସମ୍ମାନିତ ଅତିଥି ଭାବେ ପିଡି ଡିଆରଡିଏ ବାଳ ମୁକୁନ୍ଦ ଭୂୟାଁ,ପିଡି ଆଇଟିଡୁଏ କ୍ଷୀରବ୍ଧି ବେହେର,ଅତିରିକ୍ତ ମୁଖ୍ଯ ଯନ୍ତ୍ରୀ ଭାରା ପ୍ରସାଦ ରାଓ,ଇଂ ରବିନ୍ଦ୍ର ସାହୁ,ଡିପ୍ଲୋମା ଇଂଜିନିୟର ସଂଘ ଉପ-ସଭାପତି ସୁଦୀପ୍ତା ସାହୁ,ପ୍ରମୁଖ ମଞ୍ଚାଶୀନ ଥିବା ବେଳେ ଡିପ୍ଲୋମା ଇଂଜିନିୟର ସଂଘର ସଭାପତି ମଞ୍ଚ ପରିଚାଳନ କରିଥିଲେ । ଦେଶର ଉନ୍ନତିରେ ତାଙ୍କ ଭୂମିକା ଥିଲା ଅନେକ । ଦେଶର ବଡ ବଡ ବିଭିନ୍ନ ପ୍ରକଳ୍ପ ନିର୍ମାଣରେ ବେଶ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ ସେ । ସେହି ବିଶିଷ୍ଟ ଯନ୍ତ୍ରୀ ଇଂ. ସାର୍ ମୋକ୍ଷଗୁଣ୍ଡମ୍ ବିଶେଶ୍ୱରାୟଙ୍କୁ ସମ୍ମାନ ଦେବା ପାଇଁ ପ୍ରତିବର୍ଷ ଆଜିର ଦିନକୁ ଜାତୀୟ ଯନ୍ତ୍ରୀ ଦିବସ ଭାବରେ ପାଳନ କରାଯାଏ ।
ଭାରତୀୟ ଯନ୍ତ୍ର ଶାସକର ଦିଗଦର୍ଶକ ଇଂ. ସାର୍ ମୋକ୍ଷଗୁଣ୍ଡମ୍ ବିଶେଶ୍ୱରାୟଙ୍କ ଜନ୍ମ ଦିନକୁ ୧୯୬୮ ମସିହାରୁ ବିଧିବଦ୍ଧ ଭାବେ ଏହା ପାଳିତ ହୋଇଆସୁଛି । ଆଧୁନିକ ଭାରତ ଗଠନରେ ତାଙ୍କର ରହିଥିଲା ଅନନ୍ୟ ଭୂମିକା । ଏହାସହ ଆଧୁନିକ ମହୀଶୂର ସହରର ଜନକ ମଧ୍ୟ ତାଙ୍କୁ କୁହାଯାଏ । ଏଥିପାଇଁ ତାଙ୍କୁ ୧୯୫୫ ମସିହାରେ ଭାରତ ରତ୍ନ ମଧ୍ୟ ପ୍ରଦାନ କରାଯାଇଥିଲା । ସେ ୧୯୧୨-୧୯୧୮ ପର୍ଯ୍ୟନ୍ତ ମହୀଶୂରର ଦିୱାନ ଭାବରେ କାର୍ଯ୍ୟ କରିଥିଲେ । ୧୯୬୦ ସେପ୍ଟେମ୍ବର ୧୫ ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ । ସେ ଏକାଧାରରେ ଥିଲେ ଜଣେ ବିଶିଷ୍ଟ ପୌର ଯନ୍ତ୍ରୀ, ନଦୀବନ୍ଧ ନିର୍ମାତା, ଅର୍ଥନୀତିଜ୍ଞ ଏବଂ ରାଷ୍ଟ୍ର ନେତା । କୃଷ୍ଣରାଜସାଗର ବନ୍ଧ ନିର୍ମାଣ ଓ ହାଇଦ୍ରାବାଦ ସହରକୁ ବନ୍ୟା ସୁରକ୍ଷା ପ୍ରଣାଳୀ ଗଠନରେ ତାଙ୍କର ବିଶେଷ ଭୂମିକା ରହିଥିଲା । ଏପ୍ରିଲ ୧୪, ୧୯୬୨ ମସିହାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ୧୯୦୩ ମସିହାରେ, ସାର୍ ଏମ୍ ବିଶ୍ୱଭାରାୟା ସ୍ୱୟଂଚାଳିତ ପ୍ରତିବନ୍ଧକ ଜଳ ବନ୍ୟାଜଳର ପରିକଳ୍ପନା ଏବଂ ପ୍ୟାଟେଣ୍ଟ୍ କରିଥିଲେ । ଯାହାକୁ ବ୍ଲକ୍ ସିଷ୍ଟମ୍ ମଧ୍ୟ କୁହାଯାଏ । ଏହାର ସ୍ୱୟଂଚାଳିତ କବାଟ ଥିଲା ଯାହା ଜଳ ପ୍ରବାହିତ ହେଲେ ବନ୍ଦ ହୋଇଯାଏ । ଏହା ପ୍ରଥମେ ପୁନେର ଖଡକଭାସଲା ଜଳଭଣ୍ଡାରରେ ସ୍ଥାପିତ ହୋଇଥିଲା ।
୧୮୬୧ ମସିହାରେ କର୍ଣ୍ଣାଟକର ଚିକ୍କବାଲାପୁର ନିକଟ ଏକ ଛୋଟ ଗାଁରେ ଜନ୍ମଗ୍ରହଣ କରିଥିବା ସାର୍ ଏମ ବିଶ୍ୱଭାରାୟ ମାଡ୍ରାସ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ଅଧ୍ୟୟନ କରିଥିଲେ ଏବଂ ପୁନେ ବିଜ୍ଞାନ ମହାବିଦ୍ୟାଳୟରୁ ସିଭିଲ୍ ଇଞ୍ଜିନିୟରିଂ କରିଥିଲେ । ୧୯୧୭ ମସିହାରେ, ସେ ସରକାରୀ ଇଞ୍ଜିନିୟରିଂ କଲେଜ ପ୍ରତିଷ୍ଠା କରିଥିଲେ । ଯାହା ବର୍ତ୍ତମାନ ବେଙ୍ଗାଲୁରୁର ବିଶ୍ୱବିଦ୍ୟାଳୟ ବିଶ୍ୱଭାରାୟା କଲେଜ ଅଫ୍ ଇଞ୍ଜିନିୟରିଂ ଭାବରେ ବେଶ ଜଣାଶୁଣା । ଏପରିକି ତାଙ୍କ ଅବଦାନକୁ ସ୍ମରଣ କରିବାକୁ ଶ୍ରୀଲଙ୍କା ଓ ତାଞ୍ଜାନିଆରେ ଯନ୍ତ୍ରୀ ଦିବସ ପାଳନ ହୋଇଥାଏ । ଶେଷରେ ସଂଘର ସଂପାଦକ ଇଂ ପ୍ରଶାବ୍ତ କୁମାର ବେହେରା ସଂଘର ବିଭିନ୍ନ ସମସ୍ଯା ଉପରେ ଆଲୋକପାତ କରିଥିଲେ । ଇଂ ସରୋଜ କୁମାର ସାମନ୍ତରାୟ ଏବଂ ଇଂ ନବଘନ ଖିଲ ଉତ୍ସବଟିକୁ ସଂପୂର୍ଣ୍ଣ ସହଯୋଗ କରିଥିଲେ । ଇଂ ସୁଦୀପ୍ତା ସାହୁ ଧନ୍ଯବାଦ ଅର୍ପଣ କରିଥିଲେ ।

(ରିପୋର୍ଟ- ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ। )

Leave A Reply

Your email address will not be published.