ମାଲକାନଗିରି,ତା:୦୧/ ୧୨(ପିପିଟି);ମାଲକାନଗିରି ସଦରମହକୁମା ସ୍ଥିତ ଆରଏମସି ପ୍ରଙ୍ଗଣରେ ୨୦୨୦/୨୧ ଆର୍ଥିକ ବର୍ଷ ପାଇଁ ଧାନ ମଣ୍ଡି ଜିଲ୍ଲାପାଳ ୱାଇ ବିଜୟଙ୍କ ଦ୍ବାରା ଶୁଭାରମ୍ଭ କରାଯାଇଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ୱାଇ ବିଜୟ କହିଲେ ଯେ ଧାନ କ୍ରୟ ପାଇଁ ପ୍ରତ୍ଯେକ ମଣ୍ଡିରେ ସ୍ବଛତା ଅଣାଯିବ । ଯେଉଁ ଧାନ ମଣ୍ଡିଗୁଡିକରେ ବିଦ୍ଯୁତ ସଂଯୋଗ ରହିହିଛି,ସେଠାରେ ସିସିଟିଭିର ବ୍ଯବସ୍ଥା କରାଯିବ । ଯେଉଁ ମଣ୍ଡିଗୁଡିକରେ ବିଦ୍ଯୁତ ନୈହିଁ ,ସେଠାରେ ଭିଡିଓ ଦ୍ବାରା ଚିତ୍ର ଉତ୍ତୋଳନ କରାଯିବ । ଫଳରେ ପ୍ରତ୍ଯେକ ଧାନ ମଣ୍ଡିଗୁଡିକରେ ଦଲାଲ ମୁକ୍ତ ହୋଇ ପାରିବ । ଚଳିତ ଖରଫ ଋତୁ ପାଇଁ ମାଲକାନଗିରି ଜିଲ୍ଲାରେ ୭୫୫ ହଜାର କ୍ବାଣ୍ଟାଲ ଧାନ ଲ୍ଯାମ୍ପ ମାଧ୍ଯମରେ କ୍ରୟ କରାଯିବ । କ୍ବଣ୍ଟାଲ ପ୍ରତି ଧାନର ନିର୍ଦ୍ଧାରିତ ମୂଲ୍ଯ ଏଫଏକ୍ଯୁ (ସାଧାରଣ) ୧୮୬୮ ଟଙ୍କା ହୋଇଥିବା ବେଳେ, ଗ୍ରେଡ ଏ ଧାନର ମୂଲ୍ଯ ୧୮୮୮ ଟଙ୍କା ଧାର୍ଯ୍ଯ କରାଯାଇଛି । ମାଲକାନଗିରି ଜିଲ୍ଲାରେ ଧାନ କ୍ରୟ ଲାଗି ୬୫ ଗୋଟି ଧାନ ମଣ୍ଡି ଖୋଲା ଯାଇଥିବା ବେଳେ ୨୪ ଗୋଟି ମିଲର୍ ଧାନ ସଂଗ୍ରହ କରିବା ପାଇଁ ଚୁକ୍ତିନାମା କରିଛନ୍ତି । ପ୍ରଥମ ଥର ଲାଗି ମାଲକାଗିରି ଜିଲ୍ଲାପାଳ ଧାନ ମଣ୍ଡିରୁ ଧାନ ପରିବହନ ଲାଗି କିଛି ଯୁବକମାନଙ୍କୁ ନିଯୁକ୍ତି ଦେବେ ବୋଲି ତାଙ୍କ ବକ୍ତବ୍ଯରେ ପ୍ରକାଶ କରିଥିଲେ ।ଚଳିତ ବର୍ଷ ପାଇଁ ଜିଲ୍ଲାରେ ୩୪ ହଜାର ୭ ଶହ ଚାଷୀ ଲ୍ଯାମ୍ପରେ ସେମାନଙ୍କ ନାମ ପଞ୍ଜିକରଣ କରିଥିବା ସୂଚନା ମିଳିଛି ।ଯେଉଁ ଚାଷୀମାନଙ୍କୁ ଟୋକେନ ମିଳିବ ସେହି ଚାଷୀ ହିଁ ମଣ୍ଡିକୁ ଧାନ ଆଣିବ, ନତୁବା ମଣ୍ଡି ଭିତରକୁ ବିନା ଟୋକେନରେ ଚାଷୀ ପ୍ରବେଶ କରିପାରିବ ନାହିଁ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ ।ଜଣେ ଚାଷୀ ଦିନକୁ ୪୦ କ୍ବିଣ୍ଟାଲ ଧାନ ବିକ୍ରୟ କରିବା ପାଇଁ ଅନିମତି ପ୍ରଦାନ କରାଯାଇଛି ।ଏହି ଶୁଭ ଉଦ୍ଘାଟନୀ ଉତ୍ସବରେ ଅନ୍ଯମାନଙ୍କ ମଧ୍ଯରେ ଆରଏମସି ଅଧ୍ଯକ୍ଷ ରାମେଶ୍ବର ପ୍ରଧାନ,ଜିଲ୍ଲା ଯୋଗାଣ ଅଧିକାରୀ ଅଜୟ କୁମାର ରଥ,ଏସିଏସଓ ମନୋଜ ପୋଧାନ,ଏଆରସିଏସ୍ ପ୍ରମୋଦ କୁମାର ରାଉତ ପ୍ରମୁଖ ମଞ୍ଚାସୀନ ଥିଲେ ।ଏହା ସହ ଆରଏମସି ସଂପାଦକ ଗୁରୁ ଚରଣ ନାୟକ ଏବଂ ସଂପୃକ୍ତ କର୍ମଚାରୀମାନେ କାର୍ଯ୍ଯକ୍ରମକୁ ସଫଳ ରୂପାୟନ କରିଥିଲେ । ଉକ୍ତ କାର୍ଯ୍ଯକ୍ରମରେ ଚାଷୀ ଏବଂ ମିଲରମାନେ ଉପସ୍ଥିତ ଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)