ମାଲକାନଗିରି,୧୮/୧୧(ପିପିଟି): ଶିକ୍ଷା ବ୍ଯବସ୍ଥାରେ ପରିବର୍ତ୍ତନ !ଆଜି ମାଲକାନଗିରି ଜିଲ୍ଲାରେ ୬ଟି ରୂପାନ୍ତରିତ ହାଇ ସ୍କୁଲକୁ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଟୁଆଲ ମାଧ୍ଯମରେ ଲୋକାର୍ପିତ କରିଛନ୍ତି । ମାଲକାନଗିରି ସଦର ମହକୁମା ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ଯାଳୟ ଠାରେ ଆୟୋଜିତ ଉଦଘଟନୀ ଉତ୍ସବରେ ମୁଖ୍ଯ ଅତିଥି ଭାବେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝି,ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା,ଜିଲ୍ଲାପାଳ ବିଶାଳ ସିଂ ଯୋଗଦେଇଥିବା ବେଳେ
୧୦ ଶ୍ରେଣୀ ଛାତ୍ରୀ ପାପୁନୀ ମାଣ୍ଡି ମଞ୍ଚାସୀନ ହୋଇ ରୂପାନ୍ତରିତ ବାଳିକା ସ୍କୁଲ ସଂପର୍କରେ ନିଜର ମତବ୍ଯକ୍ତ କରିଥିଲେ । ଶିକ୍ଷା କ୍ଷେତ୍ରରେ ଯୁଗାନ୍ତକାରୀ ପରିବର୍ତ୍ତନ ଦେଖି ସେ ୫ଟି ସଚିବ ଭିକେ ପାଣ୍ଡିଆନ ଏବଂ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆନ୍ତରିକ ଧନ୍ଯବାଦ ଅର୍ପଣ କରିଥିଲେ । ୧୯୭୫ ମସିହାରେ ମାଲକାନଗିରି ସରକାରୀ ବାଳିକା ଉଚ୍ଚ ବିଦ୍ଯାଳୟଟି ସ୍ଥାପନ କରାଯାଇଥିଲା । ଦୀର୍ଘ ୪୬ ବର୍ଷ ପରେ ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ଉଦ୍ଯମରେ ବାଳିକା ଉଚ୍ଚ ବିଦ୍ଯାଳଟି ସାଜ୍ଜ ସଜ୍ଜାରେ ଆକର୍ଷଣୀୟ ହୋଇ ପାରିଛି ।ସ୍ମାର୍ଟ କ୍ଲାସ ରୁମ,ଉନ୍ନତମାନର ବିଜ୍ଞାନଗାର, ଇ-ଲାଇବ୍ରେରୀ,ସ୍ମାର୍ଟ କ୍ଲାସ, ପାନୀୟ ଜଳ ବ୍ଯବସ୍ଥା,ପାଇଖାନା, ଖେଳ ପଡିଆ ରହିଛି । ଦ୍ବିତୀୟ ପର୍ଯ୍ଯାୟରେ ମାଲକାନଗିରି ଜିଲ୍ଲାରେ ଆଉ ୪୭ ହାଇ ସ୍କୁଲକୁ ରୂପାନ୍ତରିତ କରା ଯିବାର ଲକ୍ଷ୍ଯ ଧାର୍ଯ୍ଯ କରାଯାଇଛି । ସରକାରୀ ହାଇ ସ୍କୁଲରେ ଛାତ୍ର ଛାତ୍ରୀମାନେ ପାଠ ପଢି ଆଗୁଆ ହୁଅନ୍ତୁ । ଭଲ ପାଠ ପଢି ବାପା ମା’ଙ୍କ ପାଇଁ ସୁନାମ ଆଣିବା ବୋଲି ମୁଖ୍ଯ ମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘନଟି ଉତ୍ସବରେ ମତ ପୋଷଣ କରିଥିଲେ । ସାଂସଦ ରମେଶ ମାଝି କହିଲେ ଯେ ଆମ ମୁଖ୍ଯମନ୍ତ୍ରୀ ଓଡିଶାର ଜନ ମାନସରେ ଅଦ୍ବିତୀୟ । ସେ ଆଙ୍ଗିକ ଓ ମାର୍ମିକ । ଯାହା ଚିନ୍ତା କରନ୍ତି,ତାହା କରନ୍ତି । ତାଙ୍କ କାର୍ଯ୍ଯ ସର୍ବଦା ଉଚ୍ଚ ପ୍ରଶଂସନୀୟ । ଆଜି ଛାତ୍ରଛାତ୍ରୀ ସେମାନଙ୍କ ନବକଳେବର ଉଚ୍ଚ ବିଦ୍ଯାଳୟକୁ ଦେଖି ଖୁସି ବ୍ୟକ୍ତ କରିଛନ୍ତି । ଇ ଲାଇବ୍ରେରୀ ଯୋଗୁଁ ବିଶ୍ବର ସମସ୍ତ ତଥ୍ଯ ପାଇପାରିବେ ବିଦ୍ଯାର୍ଥିମାନେ । ଏହା ବ୍ଯତୀତ କାଲିମେଳା,ପଡିଆ,କେ ଗୁମ୍ମା,ମାଥିଲି ଓ ଖଇରପୁଟ ହାଇସ୍କୁଲ ଗୁଡିକୁ ରୂପାନ୍ତରିତ କରାଯାଇ ଉଦଘାଟନ କରାଯାଇଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)
Prev Post