ମାଲକାନଗିରି ଜିଲ୍ଲାରେ ପ୍ରଥମ ଥର ଲାଗି ୧୦୩ ଟପିଲା କରୋନା ।

0 328

ମାଲକାନଗିରି,୧୪/୦୫(ପିପିଟି);ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ କରୋନା ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ଜିଲ୍ଲାର କୋଣେ ଅନୁକୋଣେ କରୋନା ସଂକ୍ରମଣ ରୋଗୀଙ୍କ ସଂଖ୍ଯା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହାର ଏକମାତ୍ର କାରଣ ହେଲା ଆନ୍ଧ୍ର ପ୍ରଦେଶ ଏବଂ ତେଲେଙ୍ଗାନା ଅଞ୍ଚଳକୁ ଦାଦନ ଖଟିବାକୁ ଯାଇଥିବା ହଜାର ହଜାର ଶ୍ରମିକମାନଙ୍କ ମାଲକାନଗିରି ଜିଲ୍ଲାରେ ପ୍ରବେଶ ।ଗ୍ରାମାଞ୍ଚଳର ଲୋକମାନେ କରୋନା ସଂପର୍କରେ ସଚେତନତା ନଥିବାରୁ, ବିଶେଷ କରି ଆଦିବାସୀ ଗାଁ ଗୁଡିକରେ କରୋନା ରୋଗ ଦ୍ରୁତ ଗତିରେ କାୟା ବିସ୍ତାର କରୁଛି । ଆଜି ମାଲକାନଗିରି ଜିଲ୍ଲାରେ ୧୦୩ ନୂତନ କରୋନା ସଂକ୍ରମିତ ରୋଗୀଙ୍କୁ ଚିହ୍ନଟ କରାଯାଇଛି । ଫଳରେ କରୋନା ରୋଗୀଙ୍କ ସଂଖ୍ଯା କମ ଦିନ ମଧ୍ଯରେ ୬୫୧କୁ ଟପି ଯାଇଛି । ପ୍ରାପ୍ତ ସୂଚନା ଅନୁସାରେ ଆଜି ମାଲକାନଗିରି ଜିଲ୍ଲାରେ ୧୦୩ ଜଣ ନୂତନ କରୋନା ସଂକ୍ରମିତ ରୋଗୀଙ୍କୁ ଚିହ୍ନଟ କରାଯାଇଛି । ତନ୍ମଧ୍ଯରୁ ମାଲକାନଗିରି ପୌରାଞ୍ଚଳରେ ୧୮ଜଣ ,ମାଲକାନଗିରି ବ୍ଲକରେ ୬ଜଣ, କୋରୁକୋଣ୍ଡା ବ୍ଲକରେ ୭ଜଣ,ମାଥିଲି ବ୍ଲକରେ ୧୦ ଜଣ, ଖଇରପୁଟ ବ୍ଲକରେ ୨୮ଜଣ,କାଲିମେଳା ବ୍ଲକରେ ୧୮ ଜଣ, ପଡିଆ ବ୍ଲକରେ ୬ଣ ଏବଂ ଚିତ୍ରକୋଣ୍ଡା ବ୍ଲକରେ ୭ମାଲକାନଗିରି ବ୍ଲକରେ ୬ ଜଣ,କୋରୁକୋଣ୍ଡା ବ୍ଲକରେ ୭ଜଣ,ମାଥିଲି ବ୍ଲକରେ ୧୦ ଜଣ, ଖଇରପୁଟ ବ୍ଲକରେ ୨୮ଜଣ, କାଲିମେଳା ବ୍ଲକରେ ୧୮ ଜଣ,ପଡିଆ ବ୍ଲକରେ ୬ଣ ଏବଂ ଚିତ୍ରକୋଣ୍ଡା ବ୍ଲକରେ ୯ ଜଣ ସଂକ୍ରମିତ ହୋଇଥିବା ଜଣା ପଡିଛି । ଏହି ସଂକ୍ରମଣରେ ଜଣେ କୋଭିଡ ଯୋଦ୍ଧା ସଂକ୍ରମିତ ହୋଇଥିବା ସୂଚନା ମିଳିଛି ବର୍ତ୍ତମାନ  ମାଲକାନଗିରି ଜିଲ୍ଲାରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ଯା ୬ ହଜାର ୪୬୪ ପଞ୍ଜୀକୃତ ହୋଇଥିବା ବେଳେ ୫ ହଜାର ୭୮୪ ଜଣ କରୋନା ରୋଗୀ ଅଦ୍ଯାବଧି ଆରୋଗ୍ଯ ଲାଭ କରିଛନ୍ତି । ୬୫୧ ଜଣ କରୋନା ସଂକ୍ରମିତଙ୍କୁ ଚିକିତ୍ସା କରାଯାଉଥିବା ବେଳେ ମୃତ୍ୟୁ ସଂଖ୍ଯା ୨୯ ରେ ପହଞ୍ଚିଛି ।ଦ୍ବିତୀୟ ପର୍ଯ୍ଯାୟ କରୋନା ବିଶେଷ କରି ଯୁବପିଢିଙ୍କ ପାଇଁ ପ୍ରାଣ ଘାତକ ହୋଇଥିବା ବେଳେ ସମସ୍ତେ ସତର୍କତା ଅବଲମ୍ବନ କରିବାକୁ ଜିଲ୍ଲାପାଳ ୱାଇ ବିଜୟ ଅନୁରୋଧ କରିଛନ୍ତି । ଜରୁରୀ କାମ ନଥିଲେ ଘରୁ ବାହାରକୁ ବହାରିବା ଅନୁଚିତ । ଲକ୍ ଡାଉନକୁ ସମସ୍ତ ଜନ ସାଧାରଣ ମାନି ଚଳିଲେ କରୋନା ମହାମରି ସଂକଟରୁ ରକ୍ଷା ପାଇବା ବୋଲି ପ୍ରକାଶ କରିଥିଲେ । ମୁହଁରେ ମାସ୍କ ପରିଧାନ କରିବା ସହ ସାମାଜିକ ଦୂରତ୍ବ ବଜାୟ ରହିଲେ କରୋନା ସଂକଟରୁ ନିଜକୁ ମୁକ୍ତ ରଖି ପାରିବା ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.