ମାଲକାନଗିରି,୧୪/୧୨(ପିପିଟି):ଆଜି ମାଲକାନଗିରି ଜିଲ୍ଲା ରେ ଥିବା ୧୪ଟି ଧାନ ମଣ୍ଡିର ଶୁଭାରମ୍ଭ କରାଯାଇଛି।ମାଲକାନଗିରି ସଦର ମହକୁମା ସ୍ଥିତ ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣ ରେ ଆୟୋଜିତ ଧାନ ମଣ୍ଡିକୁ ମାଲକାନଗିରି ବିଧାୟକ ଆଦିତ୍ୟ ମାଢ଼ି ଏବଂ ଜିଲ୍ଲାପାଳ ବିଶାଳ ସିଂ ମିଳିତ ଭାବେ ଶୁଭାରମ୍ଭ କରିଥିଲେ।
ଆଜି ଜିଲ୍ଲା ୧୪ଟି ମଣ୍ଡିର ଶୁଭାରମ୍ଭ କରାଯାଇଛି। ସେଗୁଡିକ ହେଲା ମାଲକାନଗିରି, ଭେଜାଙ୍ଗିୱାଡା, ଗୋବିନ୍ଦ ପଲ୍ଲୀ, ଉଣ୍ଡୃକୋଣ୍ଡା, ପେଟ୍ରୋଲ, ଏମଭି-୧୧,, ପଟେରୁ, ଏମପିଭି-୮୧, ସିମିଳିବାଞ୍ଛା, କାମୱାଡା, ମାଥିଲି, ପରକନମାଳା, ପିଟାଘାଟା ଏବଂ ରାମାଗୁଡା (ଦଳପତି ଗୁଡା) । ଚଳିତ ଖରିଫ ବର୍ଷ-୨୦୨୨/୨୩ ରେ ମାଲକାନଗିରି ଜିଲ୍ଲା ରେ ୧୧ ଲକ୍ଷ ୨୮୩୫ କ୍ବଣ୍ଟାଲ ଧାନ କ୍ରୟ ଲାଗି ଲକ୍ଷ୍ଯ ଧାର୍ଯ୍ୟ କରାଯାଇଛି। ଜିଲ୍ଲାରେ ୩୭ ହଜାର ଚାଷୀ ଧାନ ବିକ୍ରୟ ଲାଗି ନାମ ପଞ୍ଜୀକରଣ କରିଛନ୍ତି। ୭ ବାର ଅନୁସାରେ ଜିଲ୍ଲା ରେ ମଣ୍ଡି ନିର୍ଦ୍ଧାରଣ କରାଯାଇଛି। ଚଳିତ ଖରିଫ ବର୍ଷ ଲାଗି ଜିଲ୍ଲା ରେ ୬୬ ଗୋଟି ଧାନ ମଣ୍ଡି ଖୋଲାଯାଇଛି। ଧାନ ମଣ୍ଡି ପରିଚାଳନା ପାଇଁ ୮ଟି ଲ୍ଯାମ୍ପ ଏବଂ ୪ଟି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ଦାୟିତ୍ୱ ପ୍ରଦାନ କାରାଯାଇଛି। କ୍ବିଣ୍ଟାଲ ପ୍ରତି ସାଧାରଣ ଧାନର ମୂଲ୍ଯ ୨୦୪୦ ଟଙ୍କା ନିର୍ଦ୍ଧାରଣ କରାଯାଇଛି। ଗୋଟିଏ ଦିନରେ ଜଣେ ଚାଷୀ ୪୦ କ୍ବିଣ୍ଟାଲ ଧାନ ମଣ୍ଡିରେ ବିକ୍ରୟ କରିପାରିବ। ମଣ୍ଡିରେ ଧାନ ବିକ୍ରୟ ଲାଗି ଚାଷୀ ନିଜର ପରଚୟ ପତ୍ର ସ୍ବରୂପ ଭୋଟ ପରିଚୟପତ୍ର, କିଷାନ କ୍ରେଡିଟ୍ କାର୍ଡ ଏବଂ ବିଜୁ କୃଷକ କଲ୍ଯାଣ ଯୋଜନା କାର୍ଡ କିମ୍ବା ଆଧାର କାର୍ଡ଼ର ନକଲ ଆଣି ପାରିବେ।ଚାଷୀ ଧାନ ବିକ୍ରୟ ପାଇଁ ୭ ଦିନ ପୂର୍ବରୁ ଲ୍ଯାମ୍ପସ୍ ରୁ ଆଗୁଆ ଟୋକେନ୍ ସଂଗ୍ରହ କରିପାରିବେ। ପଞ୍ଜିକୃତ ହୋଇ ଥିବା ମୋବାଇଲ୍ କୁ ମଧ୍ଯ ସୂଚନା ପ୍ରଦାନ କରାଯିବାର ବ୍ଯବସ୍ଥା କରାଯାଇଛି। ମଣ୍ଡିରୁ ଧାନ ପରିବହନ ଲାଗି ୨୮ ଗୋଟି ମିଲରସ୍ ଙ୍କୁ ନିୟୋଜନ କରାଯାଇଛି।
ମାଲକାନଗିରି ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ ଆଜି ଧାନ ମଣ୍ଡି ର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ଯରେ ଜିଲ୍ଲା ଯୋଗାଣ ଅଧିକାରୀ ଅଜୟ କୁମାର ରଥ,ନିୟନ୍ତ୍ରିତ ବଜାର କମିଟି ସଂପାଦକ ଗୁରୁଚରଣ ନାୟକ, ଏସିଏସଓ ପ୍ରଦୀପ କୁମାର ଦାସ, ଯୋଗାଣ ନୀରିକ୍ଷକ ପ୍ରଭଞ୍ଜନ ମହାନ୍ତି,କ୍ବାଲିଟ୍ ଆନାଲିସିସ୍ ଦୀପ୍ତିରଞ୍ଜନ ମଲ୍ଲିକ୍ ,ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ର,ମିଲରସ୍ ସଂଘ ସଭାପତି ସୁରେଶ ଚନ୍ଦ୍ର ସୋମାନୀ,ପ୍ରମୁଖ ଉପସ୍ଥିତ ଥିଲେ।
(ରିପୋର୍ଟ :ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)
Prev Post